ଚୌକି ଅଛି, ଡାକ୍ତରଙ୍କ ଦେଖା ନାହିଁ : ରୋଗୀ ହନ୍ତସନ୍ତ

ତୁଷୁରା, (ଅଜିତ କୁମାର ସାହୁ) : ବଲାଙ୍ଗୀର ଜିଲ୍ଲା ତୁଷୁରା ସହରର ପ୍ରାଥମିକ ଚିକିତ୍ସାଳୟରେ ଡାକ୍ତର ଅଭାବରୁ ଶୁକ୍ରବାର ଆଉଟଡୋର୍‌ରେ କୌଣସି ଡାକ୍ତର ନଥିବାରୁ ରୋଗୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ବହୁ ରୋଗୀ ଚିକିତ୍ସା ନ ପାଇ ନିରାଶ ହୋଇ ଫେରିଥିବା ବେଳେ ତୁଷୁରା ଚିକିତ୍ସାଳୟର ସ୍ବାସ୍ଥ୍ୟ ସେବା ଠପ ହୋଇ ଯାଇଛି । ଏହି ଚିକିତ୍ସାଳୟରେ ଥିବା ଡାକ୍ତର ଲଲାଟେନ୍ଦୁ ନାୟକଙ୍କ ଅନ୍ୟତ୍ର ବଦଳି ହୋଇଥିବାରୁ ଏପରି ସମସ୍ୟା ହୋଇଥିବା ଗୁଡଭେଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୁମିତ କୁମାର ମେହେର ସଫାଇ ଦେଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ କରୋନା ସମୟରେ ବଦଳି ହୋଇଥିବା ଡାକ୍ତର ମହାଶୟ ଦିନ ରାତି ଲୋକଙ୍କୁ ସେବା ଯୋଗାଇବା ଆସୁଥିଲେ । ଏଣୁ ଉକ୍ତ ଡାକ୍ତରଙ୍କ ଏଠାରୁ ବଦଳି କରା ନଯିବା ସହ ଆଉ ଜଣେ ଡାକ୍ତର ନିଯୁକ୍ତି ଦେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.