ବଲାଙ୍ଗିର ଜିଲ୍ଲା କଂଟାବାଞ୍ଜି ପୋଲିସ ଦ୍ୱାରା ୪୮ ଦାଦନ ଶ୍ରମିକ ଉଦ୍ଧାର

କଂଟାବାଂଜି, (ମନୀଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଞ୍ଜି ପୋଲିସ ଦ୍ୱାରା ୪୮ ଦାଦନ ଶ୍ରମିକ ଉଦ୍ଧାର ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୨୫ ପୁରୁଷ ଓ ୨୩ ମହିଳା ରହିଛନ୍ତି । ଶ୍ରମିକଙ୍କ ସହ ୮ ଶିଶୁ ମଧ୍ୟ ଉଦ୍ଧାର ହୋଇଥିବା କୁହାଯାଇଛି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ କଂଟାବାଞ୍ଜି ରେଳ ଷ୍ଟେସନ ଛକରେ ଚଢାଉ କରି ଶ୍ରମିକଙ୍କୁ ଉଦ୍ଧାର କରିଛି ପୋଲିସ । ଉଦ୍ଧାର ଶ୍ରମିକ ମାନେ ବଲାଙ୍ଗିର, ନୂଆପଡା ଓ ବରଗଡ ଜିଲ୍ଲାର ହୋଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ରହିଛି । ଦାଦନ ସର୍ଦ୍ଦାର ଫେରାର୍‌ ହୋଇ ଯାଇଥିବା ବେଳେ ତଦନ୍ତ ଜାରି ରହିଥିବା କୁହାଯାଇଛି ।

Leave A Reply

Your email address will not be published.