pakka

କରୋନା ବିଭୀଷିକା : ଦୁଇ ଦିନରେ ବାପ ପୁଅ ଦୁହେଁ ମୃତ, ସାରା ସହର ସ୍ତବ୍ଧ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା ଦାଉରେ ଦୁଇ ଦିନରେ ଦୁଇ ବାପ ପୁଅ ଦୁହେଁ ମୃତ୍ୟୁ ମୁଖରେ ପଡ଼ିଛନ୍ତି । ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ବଲାଙ୍ଗିର ସହରରେ । ସହରର ବିକ୍ରମ ଛକ ସ୍ଥିତ ଅମିତ ମେଡିକାଲର ମାଲିକ ଅମିତ ମିତ୍ତଲଙ୍କ ବାପା ପ୍ରଦୀପ ମିତ୍ତଲ କରୋନା ଦାଉରେ ତାଙ୍କ ପ୍ରାଣ ହରାଇଛନ୍ତି । ଦୁଇ ଦିନରେ ଉଭୟ ବାପ ପୁଅଙ୍କ ମୃତ୍ୟୁ ଖବର ସାରା ସହରକୁ ସ୍ତବ୍ଧ କରିଛି । ମିତ୍ତଲ ବାପ ପୁଅ ବିଗତ କିଛି ଦଶନ୍ଧି ସହିତ କରୋନା ସମୟରେ ସହରବାସୀଙ୍କୁ ଆବଶ୍ୟକିୟ ଔଷଧ ସେବା ଯୋଗାଇ ଆସୁଥିଲେ । ଆହୁରି ଉଭୟ ମିଷ୍ଠଭାଷୀ, ମେଳାପୀ ଓ ବେଶ ଲୋକପ୍ରିୟ ଥିଲେ । ତାଙ୍କର ଅକାଳ ବିୟୋଗରେ ସାରା ସହରରେ ଶୋକର ଛାୟା ଖେଳିଯାଇଛି ।
ସୂଚନାଯୋଗ୍ୟ ଯେ, ଗତ ୧୧ ତାରିଖରେ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ପୁଅ ଅମିତ ନିଜର କୋଭିଡ ଟେଷ୍ଟ କରାଇଥିଲେ । ତାଙ୍କର ରିପୋର୍ଟ ନେଗେଟିଭ ଆସିଥିଲା । କିନ୍ତୁ ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ବିଗିଡିବାରୁ ସେ ବରଗଡ ସ୍ଥିତ ଏକ ଘରୋଇ ହସପିଟାଲରେ ପୁଣିଥରେ ଟେଷ୍ଟ କରାଇଥିଲେ । ସେଠାରେ ସେ ପଜିଟିଭ ଥିବା ଜଣା ପଡିଥିଲା । ତେବେ ଚିକିତ୍ସା ପାଇଁ ତାଙ୍କୁ ରାଉଲକେଲା ସ୍ଥିତ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲ। । ଦିନକୁ ଦିନ ତାଙ୍କର ଅବସ୍ଥା ବିଗିଡିବାରେ ଲାଗିଥିଲ। । ୧୯ ତାରିଖ ଦିନ ବେଳା ହଠାତ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିଲା । ସହରରେ ଏହି ଖବର ପ୍ରଚାରିତ ହେବା ପରେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁରେ ସାରା ସହରରେ ଶୋକର ଛାୟା ଖେଳି ଯାଇଥିଲ। । ବନ୍ଧୁ ପରିଜନ ତାଙ୍କର ପାର୍ର୍ଥବ ଶରୀରକୁ ଆଣି ରବିବାର ଦିନ ସଂସ୍କାର କରିଥିଲେ । ପୁଅର ମୃତ୍ୟୁ ଖବର ପାଇ ବାପା ପ୍ରଦୀପ ଦୁଃଖରେ ଭାଙ୍ଗି ପଡଥିଲେ । ରବିବାର ରାତିରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା । ପ୍ରଦୀପ ମଧ୍ୟ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ବେଳେ ଆଜି ସକାଳୁ ତାଙ୍କର ସଂସ୍କାର କରାଯାଇଥିବା ବନ୍ଧୁବର୍ଗ ସୁଚନା ଦେଇଛନ୍ତି । ଗତ ଦୁଇ ଦିନରେ ଦୁଇ ବାପ ପୁଅଙ୍କ ମୃତ୍ୟୁ ଖବର ସାରା ସହରକୁ ଦୋହଲାଇ ଦେଇଛି । ସହରରେ ଦିନକୁ ଦିନ କରୋନା ସଂକ୍ରମଣ ବଢିବାକୁ ବସୁଥିବା ବେଳେ ନିୟମିତ ଭାବେ କେହି ନା କେହି ସହରବାସୀଙ୍କ ମୃତ୍ୟୁ ଖବର ସହରରେ କୋକୁଆ ଭୟ ସୃଷ୍ଟି କରୁଛି । ତେବେ ଯଥାସାଧ୍ୟ ସହରକୁ ସେନିଟାଇଜ କରାଯିବା ସହ ଘରକୁ ଘର କୋଭିଡ ପରୀକ୍ଷା କରାଯିବା ପାଇଁ ଦାବୀ ହେଉଛି ।

Leave A Reply

Your email address will not be published.

16 − four =