pakka

ଅନ୍ଧାରରେ ବୃଦ୍ଧ ଦମ୍ପତ୍ତି

bbehera

ଗାଇସିଲେଟ, (ମୁକେଶ କୁମାର ସାହୁ) : ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ସରଧାପଲି ପଞ୍ଚାୟତ ଲେବିଡ଼ି ଗ୍ରାମର କଳାକାହ୍ନୁ ସାହୁ(୫୮) ଓ ତାଙ୍କ ପତ୍ନୀ ଯଶୋବନ୍ତି ସାହୁ(୫୪)ଗ୍ରାମ ନିକଟସ୍ଥ ଛକରେ ମାଟିଘର କରି ବସବାସ କରିଆସୁଛନ୍ତି । ମାତ୍ର ଦୁଃଖର ବିଷୟ ଦୀର୍ଘ ୩ ବର୍ଷ ହେବ ଏହି ସ୍ଥାନରେ ରହି ଆସୁଥିଲେ ମଧ୍ୟ ବିଜୁଳି ସଂଯୋଗ ହୋଇନାହିଁ । ଅନ୍ଧାରରେ ଜୀବନ କାଟୁଛନ୍ତି ବୃଦ୍ଧା ଦମ୍ପତି । ଡିବିରି ଆଲୁଅରେ ଦିନ କାଟୁଛନ୍ତି । ସରକାରଙ୍କ ସୌଭାଗ୍ୟ ଯୋଜନରେ ଏହି ପରିବାକୁ ବିଜୁଳି ପ୍ରଦାନ କରିବାକୁ ବିଦ୍ୟୁତ ବିଭାଗକୁ ବିନମ୍ର ଅନୁରୋଧ କରୁଛନ୍ତି ।

Leave A Reply

Your email address will not be published.

4 × four =