About Us

ଓଡ଼ିଆ ସାପ୍ତାହିକ ସମ୍ବାଦପତ୍ର ‘କୋଶଳ ପ୍ରବାହ’ ଦୀର୍ଘ କୋଡ଼ିଏ ବର୍ଷ ହେଲା ଜାରି ରଖିଛି ଯାତ୍ରା । ପାଠକ ପାଠିକା ଓ ଶୁଭେଚ୍ଛୁମାନଙ୍କ ଭଲପାଇବା ହିଁ ତାର ପୁଞ୍ଜି । ଅନେକ ଘାତ ପ୍ରତିଘାତକୁ ସାମ୍ନା କରି ଆଜି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳତା ଅର୍ଜନ କରିଛି । ତେବେ ଓଡ଼ିଶାର କବି, ଲେଖକ, ସାହିତ୍ୟିକ ତଥା ବୁଦ୍ଧିଜୀବୀଙ୍କ ମହଲରେ ‘କୋଶଳ ପ୍ରବାହ’ର ଯଥେଷ୍ଟ ଆଦର ରହିଥିବା ବେଶ୍‌ ଅନୁଭବ ହୁଏ । ଏଣୁ ସେମାନଙ୍କ ପାଖରେ ‘କୋଶଳ ପ୍ରବାହ’ ଚିର କୃତଜ୍ଞ । ତେବେ ବର୍ତ୍ତମାନ ସମୟରେ ଘଡ଼ିକେ ଘୋଡ଼ା ଛୁଟୁଛି ଖବର ଜଗତରେ । ସମୟର ଆହ୍ୱାନକୁ ଗ୍ରହଣ କରି ଆଉ ଏକ ପଦକ୍ଷେପ ନେଇଛି ଏବେ ‘କୋଶଳ ପ୍ରବାହ’ । ପାଠକମାନଙ୍କ ତୁରନ୍ତ ଖବର ପାଇବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରିଛି ‘କୋଶଳ ପ୍ରବାହ ଲାଇଭ୍‌’ ୱେବ୍‌ ନିଉଜ୍‌ ପୋର୍ଟାଲ୍‌ । ଏବେ ଖବର ଆସୁଛି ପ୍ରତ୍ୟହ ଆପଣମାନଙ୍କ ପାଖକୁ ‘କୋଶଳ ପ୍ରବାହ ଲାଇଭ୍‌’ ଜରିଆରେ । ମାଟିର କଥା, ବ୍ୟଥା ଓ ବିଧି ବ୍ୟବସ୍ଥା, ଘଟଣା ଦୁର୍ଘଟଣାର ସଠିକ୍‌ ଟିକିନିକି ଖବର ଆପଣଙ୍କୁ ପ୍ରଦାନ କରିବା ‘କୋଶଳ ପ୍ରବାହ’ର ଏକମାତ୍ର ଲକ୍ଷ୍ୟ । ପାଠକ ତଥା ଶୁଭେଚ୍ଛୁଙ୍କ ଶ୍ରଦ୍ଧା ‘କୋଶଳ ପ୍ରବାହ’ ପାଇଁ ସୃଷ୍ଟି କରିଛି ଏଭଳି ଏକ ମଂଚ, ଯାହା ଦ୍ୱାରା ‘କୋଶଳ ପ୍ରବାହ’ ଆପଣମାନଙ୍କୁ ଖବର ସେବା ଯୋଗାଇ ଦେବା ପାଇଁ ସଦାସର୍ବଦା ଆପଣମାନଙ୍କ ହାତ ପାହାଂତାରେ । ସମସ୍ତଙ୍କ ଭଲପାଇବା ହିଁ ‘କୋଶଳ ପ୍ରବାହ’ର ପୁଞ୍ଜି । ଏହି ପୁଞ୍ଜିର ସମୃଦ୍ଧିରୁ ଆମେ ସାଉଁଟିଛୁ ସାମର୍ଥ୍ୟ । ଆପଣମାନଙ୍କ ସ୍ନେହ ଓ ଆଦର ହିଁ ଆମ ପାଇଁ ପଥ ପ୍ରଦର୍ଶକ ହୋଇ ରହିବ ।