pakka

ଶିକ୍ଷୟିତ୍ରୀ ଦୀପ୍ତିଶ୍ରୀଙ୍କ ଅକାଳ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ କାଲି ରାତିରେ ପଦ୍ମପୁର ପବ୍ଲିକ୍ ସ୍କୁଲର ଶିକ୍ଷୟିତ୍ରୀ ସୁଶ୍ରୀ ଦୀପ୍ତିଶ୍ରୀ ବହିଦାରଙ୍କର ଅକାଳ ବିୟୋଗ ହୋଇଯାଇଛି । ଘଟଣାଟି ସାରା ସହରରେ ଦୁଃଖର ବାତାବରଣ ସୃଷ୍ଟି କରିଛି । ସୁଶ୍ରୀ ବହିଦାର ଜଣେ ମେଧାବୀ ଛାତ୍ରୀ ଭାବେ ଅଞ୍ଚଳ ମହାବିଦ୍ୟାଳୟରୁ ସ୍ନାତକ ପ୍ରାପ୍ତହେବା ପରେ ବେସରକାରୀ ଶିକ୍ଷାନୁଷ୍ଠାନରେ ଚାକିରୀ କରିଥିଲେ । ଜଣେ ସୁବକ୍ତା, ଲେଖିକା ଓ ସମାଜସେବୀ ଭାବେ ସେ ସର୍ବତ୍ର ପରିଚିତ ଥିଲେ । ପଦ୍ମପୁରର ବିକାଶକୁ ନେଇ ସେ ସବୁବେଳେ ବିଭିନ୍ନ ସାମାଜିକ ସଙ୍ଗଠନ ସହିତ ଯୋଡି ହୋଇ ରହିଥିଲେ । ସେ ଖୁବ୍ ସ୍ପଷ୍ଟବାଦୀ ତଥା ଉଚ୍ଚାଭିଳାସୀ ଥିଲେ । ଏଇ କିଛି ଦିନ ତଳେ ସେ ସାମ୍ବାଦିକତା ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ବହୁ ବର୍ଷ ପୂର୍ବରୁ ତାଙ୍କର ବାପା ସ୍ବର୍ଗତ ଚିତ୍ତରଞ୍ଜନ ବହିଦାରଙ୍କ ପରଲୋକ ହୋଇଥିଲା । ଆଜି ସକାଳେ ତାଙ୍କର ମରଶରୀରକୁ ସ୍ବର୍ଗଦ୍ବାରର ମସାଣିରେ ଦାହ କରାଯାଇଥିଲା । ବଡଭାଇ ଶ୍ରୀକାନ୍ତ ବହିଦାର ମୁଖାଗ୍ନି ଦେଇଥିଲେ । ସୁଶ୍ରୀ ଦୀପ୍ତିଶ୍ରୀ ବହିଦାରଙ୍କ ଅକାଳ ବିୟୋଗରେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଶୋକ ପ୍ରକାଶ କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.

16 + five =