pakka

ଝାରବନ୍ଦ ବିଜାଡୋଲରେ ନାଗବାଚା ପର୍ବ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ସ୍ଥିତ ଝାରବନ୍ଦ ଥାନାର ବିଜାଡୋଲ ଗ୍ରାମରେ ଗତ ସାତ ବର୍ଷ ଧରି ନାଗବାଚା ପର୍ବ ଅନୁଷ୍ଠିତ ହୋଇଆସୁଛି । ଚଳିତ ବର୍ଷ ଶତାଧିକ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଗୁରୁ କାର୍ତ୍ତିକ ଦାସଙ୍କ ନେତୃତ୍ବରେ ଏହି ପର୍ବ ପାଳିତ ହୋଇଥିଲା ।ସରଗୁଲ, ବଣ୍ତାମୁଣ୍ତା, କନ୍ଧାଡଙ୍ଗର, ଅନୁଗୁଳ, ଡଭା, ହରଡାଟାଲ ଆଦି ଗ୍ରାମର ଶତାଧିକ ଯୁବକ ଏହିଦିନ ଗୁରୁ କାର୍ତ୍ତିକ ଦାସଙ୍କ ଠାରୁ ନାଗବାଚା ଦୀକ୍ଷା ନେଇଥିଲେ । ଏହି ପୂଜା ଶିବ ଭଗବାନଙ୍କୁ ଆରଧାନା କରାଯାଇ ଦୀକ୍ଷା ନେବା ସହ ଦୀକ୍ଷା ନେଉଥିବା ଯୁବକମାନେ ବିଷଧର ସର୍ପମାନଙ୍କୁ ମଧ୍ୟ ଆୟତ କରିବାରେ ସକ୍ଷମ ହୋଇଥାନ୍ତି । ନାଗବାଚା ପୂଜା ଦିନ ଅନେକ ଲୋକ ବିଭିନ୍ନ ଦୂରାରୋଗ୍ୟରୁ ମୁକ୍ତି ପାଇଁ ଓ ବିଶେଷ ଭାବେ ସନ୍ତାନ ପ୍ରାପ୍ତି ଉଦ୍ଦେଶ୍ୟରେ ଅନେକ ଦମ୍ପତି ନାଗବାଚା ପୂଜା କରିଥାନ୍ତି । ଏହି ପର୍ବକୁ ମୁଖ୍ୟତ ବିଶିକେଶନ ନାଗ, ଉଝାକ କରେଇ, କିଶୋର ହାତୀ, ବସୁଦେବ ହାତୀ, ପରମେଶ୍ଵର ରଣା, ପବିତ୍ର କରୁଆଳ, କାର୍ତ୍ତିନ କରେଇ, ସହଦେବ ରଣା, ଦୁବେସିଂ ବେହେରା ଆଦି ପରିଚାଳନା କରିଥିଲେ । ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଏହି କାର୍ୟ୍ୟକ୍ରମରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.

seventeen − 12 =