om academy

ବିଦ୍ୟାଳୟରୁ ଚାଉଳ ନେଇ ଖାଇଗଲେ ହାତୀପଲ

ନିମବାହାଳି : ଢେଙ୍କାନାଳ ବନଖଣ୍ଡ ଅଧିନ ମେରାମଣ୍ଡଳି ସେକ୍ସନ ଅଧିନ ସୁରଭି ସ୍ଥିତ ପ୍ରାଥମିକ ବିଦ୍ୟାଳୟରୁ ବଣୁଆ ହାତୀପଲ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଆସିଥିବା ଚାଉଳକୁ କବାଟ ଓ ଝରକା ଭାଙ୍ଗି ଲୁଟି ନେଇଥିବା ଜଣାପଡିଛି । ବୁଧବାର ୧୦ ଟିକିଆ ହାତୀପଲ ବିଦ୍ୟାଳୟର ପାଚେରୀ, ମୁଖ୍ୟ ଫାଟକ, ଷ୍ଟୋରରୁମ ଲୁହା ଝରକା ଓ ରୋଷେଇ ଘରର ଲୁହା କବାଟ ଭାଙ୍ଗି ଦୁଇ ବସ୍ତା ଚାଉଳ ଉଠାଇ ନେଇ ଖାଇ ଦେଇଥିଲେ । ଖବରପାଇ ବନ ବିଭାଗ କର୍ମଚାରୀ ଓ ହାତୀସ୍କ୍ୱାର୍ଡ ପହଞ୍ଚି ବାଣ ଫୁଟାଇ ହାତୀପଲଙ୍କୁ ଘଉଡାଇବାରୁ ହାତୀପଲ ବ୍ରାହ୍ମଣୀ ନଦୀ ପାର ହୋଇ ପରଜଙ୍ଗ ଅଞ୍ଚଳକୁ ପଳାଇ ଯାଇଥିଲେ । ତେବେ ସନ୍ଧ୍ୟାରେ ହାତୀପଲ ପୁଣି ବ୍ରାହ୍ମଣୀ ନଦୀ ପାର ହୋଇ ସୁରଭି ଗାଁ ଅଭିମୁଖେ ଆସିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ବନ ବିଭାଗ ପକ୍ଷରୁ ହାତୀପଲଙ୍କ ଗତିବିଧି ଉପରେ ନଜର ରଖିଥିବା ଜଣାପଡିଛି ।

Leave A Reply

Your email address will not be published.

thirteen − two =