pakka

ଦୁଇ ମହଲା କୋଠା ଭୁଷୁଡି ପଡିଲା : ଅ‌ଳ୍ପକେ ବର୍ତ୍ତିଲା ୭୫ ଜଣ‌ଙ୍କ ଜୀବନ

kalikesh

ମୁମ୍ବାଇ : ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇକୁ ଲାଗି ରହିଥିବା କଲ୍ୟାଣ ଡୋମ୍ବିଭଲିରେ ଏକ ବଡ଼ ଦୁର୍ଘଟଣାରୁ ଅ‌ଳ୍ପକେ ବର୍ତ୍ତିଯାଇଛି ୭୫ ଜଣ‌ଙ୍କ ଜୀବନ । ସୂଚନା ଅନୁସାରେ ଅକ୍ଟୋବର ୨୯ରେ ଅର୍ଥାତ୍ ଗୁରୁବାର ସକାଳେ ଡୋମ୍ବିଭଲିର କୋପର ଅଂଚଳରେ ଏକ ଦୁଇ ମହଲା କୋଠା ଭୁଷୁଡି ପଡିଥିଲା । ସେହି ସମୟରେ ପ୍ରାୟ ୭୫ ଜଣ ଲୋକ ଥିଲେ କୋଠା ଭିତରେ, କିନ୍ତୁ ସମସ୍ତେ ବଂଚିଗଲେ । ରାତିରେ ଉଠିବା ଏବଂ ମୋବାଇଲରେ ୱେବ୍ ସିରିଜ୍ ଦେଖିବା ଦ୍ୱାରା ୧୮ ବର୍ଷ ବୟସ୍କ କୁନାଲ ମୋହିତଙ୍କ ଦ୍ୱାରା ସମସ୍ତ‌ଙ୍କ ଜୀବନ ବଂଚି ଯାଇଥିଲା । ବାସ୍ତବରେ କୁନାଲଙ୍କ ବିଳମ୍ବିତ ରାତି ପର୍ୟ୍ୟନ୍ତ ଚେଇଁ ରହିବାର ଅଭ୍ୟାସ ରହିଛି, ଯେଉଁ କାରଣରୁ ସେ ଠିକ୍ ସମୟରେ ବିଲ୍ଡିଂର ଖସିଯିବା ବିଷୟରେ ସମସ୍ତଙ୍କୁ ସଚେତନ କଲେ ଏବଂ ଲୋକମାନେ ସୁରକ୍ଷିତ ଭାବରେ ବିଲଡିଂରୁ ବାହାରି ପାରିଲେ ।
କୁନାଲ ୠଣମାଧ୍ୟମକୁ କହିଛନ୍ତି ଯେ, ଯଦିଓ ସେ ରାତି ୨ ଟା ପର୍ୟ୍ୟନ୍ତ ୱେବ୍ ସିରିଜ୍ ଦେଖିବା ପରେ ଶୋଇପଡନ୍ତି, ତଥାପି ସେ ସେହି ରାତିରେ ଶୋଇ ପାରିନଥିଲେ । ତେଣୁ ସେ ସକାଳ ୪ଟା ପର୍ୟ୍ୟନ୍ତ ୱେବ୍ ସିରିଜ୍ ଦେଖୁଥିଲେ । ଠିକ୍ ସେତିକିବେଳେ ତାଙ୍କ ଘରର ରୋଷେଇ ଘର ହଠାତ୍ ଖସିଯିବାକୁ ଲାଗିଲା । ସେ ସଙ୍ଗେ ସଙ୍ଗେ ତାଙ୍କ ପରିବାର ସଦସ୍ୟଙ୍କୁ ଜାଗ୍ରତ କରି ସେମାନଙ୍କୁ ଏ ବିଷୟରେ ଜଣାଇଥିଲେ । କେବଳ ଏତିକି ନୁହେଁ, ସେ ବିଲଡିଂରେ ରହୁଥିବା ଅନ୍ୟ ସମସ୍ତଙ୍କୁ ମଧ୍ୟ ସତର୍କ କରାଇଥିଲେ । ଲୋକମାନେ ଜୀବନ ରକ୍ଷା କରିବା ପରେ ବିଲଡିଂରୁ ବାହାରି ଆସିଥିଲେ । ଏହାର ମାତ୍ର କିଛି ମିନିଟ୍ ପରେ କୋଠାଟି ଦୁର୍‌ ଦୁର୍‌ ହୋଇ ଭୁଷୁଡ଼ି ପଡିଲା ।
ଜାଣିବାକୁ ମିଳିଛି ଯେ, କୋପର ଅଞ୍ଚଳରେ ଥିବା ଏହି କୋଠାକୁ ୯ ମାସ ପୂର୍ବରୁ ବିପଜ୍ଜନକ ଘୋଷଣା କରାଯାଇଥିଲା ଏବଂ ନୋଟିସ ଲଗାଯିବା ପରେ ସମସ୍ତଙ୍କୁ ଘର ଖାଲି କରିବାକୁ କୁହାଯାଇଥିଲା ।

pp
Leave A Reply

Your email address will not be published.

11 − 6 =