pakka

ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଖୁଲମ୍‌ଖୁଲା ଅବମାନନା

bbehera

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡର ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ଟିଟିଲାଗଡ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ ଯେ, ସକାଳ ଛଅଟା ସମୟରୁ ରାତି ଦଶଟା ସମୟ ମଧ୍ୟରେ ଟିଟିଲାଗଡ ସହର ମଧ୍ୟରେ କୌଣସି ଭାରିଯାନ ପ୍ରବେଶ କରିପାରିବ ନାହିଁ । ଏହା ସହ ସକାଳ ଆଠଟା ସମୟରୁ ରାତି ନଅଟା ସମୟ ପର୍ୟ୍ୟନ୍ତ ରାସ୍ତା ଉପରେ ଗାଡ଼ି ରଖି ଲୋଡ୍ ଓ ଅନ୍ ଲୋଡ୍ କରି ପାରିବେ ନାହିଁ । କିନ୍ତୁ ଏହି ନିୟମର ଖୁଲମ୍‌ଖୁଲା ଉଲଂଘନ ହେଉଥିବା ଦେଖିବାକୁ ମିଳୁଛି । ଏହାକୁ କଂଗ୍ରେସ ରାଜ୍ୟ ପ୍ରବକ୍ତା ବିରେନ୍ଦ୍ର ବାଗ ଦୃଢ ନିନ୍ଦା କରି କହିଛନ୍ତି । ଉପଜିଲ୍ଲାପାଳ ନିୟମ ଜାରି କଲେ, ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । କିନ୍ତୁ ଏହା କାର୍ୟ୍ୟଚାରୀ ହେଉଛି କି ନାହିଁ, ତା’ ର ଅବଲୋକନ କରିବା ଦାୟିତ୍ଵ ପୋଲିସର । କିନ୍ତୁ ଟିଟିଲାଗଡ ପୋଲିସ ପ୍ରଶାସନ ଏଥିରେ ବିଫଳ ହୋଇଛି ବୋଲି ଶ୍ରୀ ବାଗ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

nineteen − 1 =