pakka

ଦଳିତ ଗ୍ରାମସେବକଙ୍କୁ ନିଆଁରେ ଜାଳି ହତ୍ୟା

bbehera

ଆମେଥି : ଉତ୍ତରପ୍ରଦେଶର ଆମେଥି ମୁନ୍‌ସିଗଜ୍ ନିକଟରେ ଥିବା ବନ୍ଦୋୟିଆ ଗ୍ରାମରେ ଘଟିଛି ଏକ ବର୍ବର ଘଟଣା । ଜଣେ ଗ୍ରାମସେବକଙ୍କ ଅଧାଜଳା ମୃତଦେହ ଘର ଭିତରୁ ମିଳିଥିବା ସୂଚନାରେ କୁହାଯାଇଛି । ଘର ପାଖ ଲୋକମାନେ ଗ୍ରାମସେବକଙ୍କୁ ଉଦ୍ଧାର କରି ଡ଼ାକ୍ତରଖାନାରେ ଭର୍ତି କରାଇଥିବା ବେଳେ ସେଠି ତାଙ୍କର ମତ୍ୟୁ ହୋଇଥିବା କୁହାଯାଇଛି ।
ସୂଚନାଯୋଗ୍ୟ ଯେ, ଗୁରୁବାର ବିଳମ୍ବିତ ରାତିରେ ଘର ଭିତରୁ ଚିତ୍କାର ଶୁଣି ପଡ଼ୋଶୀମାନେ ଧାଇଁ ଯାଇ ଦେଖିଲେ ଯେ ଜଣକର ଶରୀରରେ ନିଆଁ ଲାଗିଯାଇଛି । ପରେ ପୀଡ଼ିତ ଜଣକ ଗ୍ରାମସେବକ ବୋଲି ଚିହ୍ନଟ କରି ତୁରନ୍ତ ଆମ୍ବୁଲାନ୍ସ ଡ଼ାକି ଗ୍ରାମସେବକ ଅର୍ଜୁନ୍‌ଙ୍କୁ ଡ଼ାକ୍ତରଖାନା ପହଞ୍ଚାଇବା ସହ ପୋଲିସ୍‌କୁ ସୂଚନା ଦେଇଥିଲେ । ଏବେ ପୋଲିସ୍ ଶବକୁ ବ୍ୟବଛେଦ ପାଇଁ ପଠାଇଛି ଓ ଫରେନ୍ସିକ୍ ଟିମ୍ ପହଞ୍ଚି ଗ୍ରାମରେ ତଦନ୍ତ ଆରମ୍ଭ କରିଛି । ତେବେ ତା‌ଙ୍କୁ କେହି ନିଆଁ ଲଗାଇ ଜାଳି ଦେଇଥିବା ସାଧାରଣରେ ଆଲୋଚନା ହେଉଥିବା ସୂଚନାରୁ ଜଣାପଡ଼ିଛି ।

jay balangir
Leave A Reply

Your email address will not be published.

five × three =

error: Content is protected !!