ପାକିସ୍ତାନ ମନ୍ତ୍ରୀଙ୍କ ବିବୃତ୍ତି ଉପରେ ବିଜେପି ଟାର୍ଗେଟ କଲା କଂଗ୍ରେସକୁ : ପାକ୍ ସ୍ୱୀକାର କରିଛି, ଏବେ କଂଗ୍ରେସ କ୍ଷମା ପ୍ରାର୍ଥନା କରୁ

ନୂଆଦିଲ୍ଲୀ : ଗତ ବର୍ଷ ପୁଲୱାମା ଆକ୍ରମଣ ସଂପର୍କରେ ପାକିସ୍ତାନ ମନ୍ତ୍ରୀ ଫୱାଦ ଚୌଧୁରୀ ତାଙ୍କ ଦେଶର ଭୂମିକା ସ୍ୱୀକାର କରିବାର ଗୋଟିଏ ଦିନ ପରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଶୁକ୍ରବାର ଦିନ କଂଗ୍ରେସ ଦଳକୁ ଟାର୍ଗେଟ କରିଛନ୍ତି । ଏହା ବ୍ୟତୀତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ କଂଗ୍ରେସ ଦଳର ନୀରବତା ଉପରେ ପ୍ରଶ୍ନ ଉଠାଇଛନ୍ତି । ଏହାପୂର୍ବରୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ କ୍ୟାବିନେଟର ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଫୱାଦ ଚୌଧୁରୀ ସଂସଦରେ କହିଛ‌ନ୍ତି ଯେ, ପୁଲୱାମା ଆକ୍ରମଣ ଆକ୍ରମଣ ଇମ୍‌ରାନ୍‌ ଖାନ୍‌ଙ୍କ ବଡ଼ ସଫଳତା । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଜାଭଡେକର ଶୁକ୍ରବାର ଦିନ ଟୁଇଟ୍ କରି କହିଛନ୍ତି ଯେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନ ନିଜର ହାତ ଥିବା ସ୍ୱୀକାର କରିଛି । ବର୍ତ୍ତମାନ, କଂଗ୍ରେସ ଏବଂ ଅନ୍ୟମାନେ, ଯେଉଁମାନେ ଷଡଯନ୍ତ୍ର ଥିଓରୀ ବିଷୟରେ କହିଥିଲେ, ସେମାନେ ଦେଶ ପାଇଁ କ୍ଷମା ମାଗିବା ଉଚିତ୍ ।

Leave A Reply

Your email address will not be published.