ଏଥର ଫିକା ଫିକା ଇଦ୍ ମିଲାଦ୍ ଉନ୍ ନବି

ବଲାଙ୍ଗିର , (ଦେବାଶିଷ ମିଶ୍ର) : ଆଜି ଇଦ୍ ମିଲାଦ୍ ଉନ୍ ନବି ପାଳନ କରାଯାଉଛି । ଆଜିର ଦିନରେ ପ୍ରୋଫେଟ୍ ମହମ୍ମଦ୍ ଜନ୍ମ ନେଇଥିଲେ ବୋଲି ବିଶ୍ୱାସ କରାଯାଏ । ତାଙ୍କର ଜନ୍ମ ଦିନକୁ ଇଦ୍ ମିଲାଦ୍ ଉନ ନବି ଭାବେ ପାଳନ କରାଯାଏ । ଉଭୟ ସିଆ ଓ ସୁନ୍ନି ସଂପ୍ରଦାୟ ଏହି ଦିନକୁ ବେଶ ଭକ୍ତିର ସାହ ପାଳନ କରନ୍ତି । ଭକ୍ତଙ୍କ ସଂଖ୍ୟା ଅନୁସାରେ ସାରା ବିଶ୍ୱରେ ଏହାକୁ ସବୁଠୁ ବଡ ପର୍ବ ରୁପେ ବିଶ୍ୱାସ କରାଯାଏ । ଆଜିର ଦିନରେ ଭକ୍ତମାନେ ବଡ ବଡ ଶୋଭାଯାତ୍ରାରେ ବାହାରି ପ୍ରୋଫେଟ୍ ମହମ୍ମଦଙ୍କ ଜୟଗାନ କରନ୍ତି । ରାତିସାରା ମସଜିଦରେ ମହମ୍ମଦଙ୍କ ଜୀବନୀ, ନୈତିକତା ଓ ବୈଶ୍ୱିକ ଭାଇଚାରାର ସଂନ୍ଦେଶକୁ ମନେ ପାକାଇଥାନ୍ତି ଭକ୍ତ । ବଲାଙ୍ଗିରରେ ମଧ୍ୟ ଇସ୍ଲାମୀ ଧର୍ମୀୟ ଭକ୍ତମାନେ ଖୁବ ଧୁମଧାମରେ ଏହି ପର୍ବକୁ ପାଳନ କରନ୍ତି । କିନ୍ତୁ ଏଥର କରୋନା ମହାମାରୀ ଯୋଗୁଁ ସହରରେ ଅନ୍ୟାନ୍ୟ ପର୍ବ ପରି ଫିକା ପଡିଛି ଇଦ୍ ମିଲାଦ୍ ଉନ ନବି ।

ପୁର୍ବ ବର୍ଷମାନଙ୍କ ପରି ଏଥର ଶୋଭାଯାତ୍ରା ଦେଖିବାକୁ ମିଳି ନ ଥିବା ବେଳେ ମସଜିଦରେ ହେବାକୁ ଥିବା ରାତ୍ରିକାଳିନ ଧାର୍ମିକ କାର୍ୟ୍ୟକ୍ରମ ମଧ୍ୟ ବନ୍ଦ କାରାଯାଇଛି । ଏଥର କରୋନା ଯୋଗୁଁ ଭକ୍ତମାନଙ୍କୁ ନିଜ ଘରେ ଏହି ପର୍ବକୁ ପାଳନ କରିବାକୁ ନିର୍ଦ୍ଦେଶ ଦିଆ ଯାଇଥିବା ସୂଚନା ରହିଛି । ତେବେ ସହରର ବିଭିନ୍ନ ଅଂଚଳରେ ଇସ୍ଲାମି ଧର୍ମୀୟ ଭାଇମାନେ ଏହି ମହାନ ପର୍ବକୁ କୋଭିଡ ନିୟମାନୁସାରେ ସାମାଜିକ ଦୂରତା ରଖିବା ସହିତ ନିଜ ନିଜ ଘରେ ଖୁବ ଧୁମ୍ ଧାମ୍‌ରେ ପାଳନ କରୁଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.