ସମ୍ବଲପୁର ରୋଡ ଡକାୟତି ଘଟଣା : ଦୁଇ ଲୁଟେରା ଗିରଫ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ପୋଲିସ ଡକାୟତି ଅଭିଯୋଗରେ ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ନାମ ଇନ୍ଦ୍ରଜିତ ଘିବେଲା(୧୯) ଓ କୁନା ବିଶି (୨୧) ହୋଇଥିବା ବେଳେ ଉଭୟ ଅଭିଯୁକ୍ତ ସ୍‌ସ୍ଥାନୀୟ ମାଧିଆପାଲି ବାସିନ୍ଦା ବୋଲି ଜଣାପଡିଛି । ତେବେ ଏହି ମାମଲାରେ ଆଇପିସି ଧାରା ୩୪୪/୩୭୮ରେ ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୁଚନା ଦେଇଛି । ସୁଚନାଯୋଗ୍ୟ ଯେ, ଗତ ରାତିରେ ଅକାଶ ମିଶ୍ର ରାତି ପ୍ରାୟ ସାଢେ ବାରଟା ସମୟରେ ନିଜ ଘର ସାଲେଭଟାକୁ ଫେରୁଥିଲେ । ସମ୍ବଲପୁର ରୋଡ ଚେକ୍ ଗେଟ ପରେ ହଠାତ୍‌ ଦୁଇ ଜଣ ଲୁଟେରା ଆସି ତାଙ୍କ ଗାଡି ରୋକିବା ସହ ଲୁଟ୍ ପାଇଁ ଉଦ୍ୟମ କରିଥିଲେ । ତେବେ ଆକାଶ ମିଶ୍ର ଜଣକୁ କାବୁ କରି ପୋଲିସକୁ ଜିମା ଦେବା ସହ ଏ ସଂକ୍ରାନ୍ତରେ ଲିଖିତ ଅଭିଯୋଗ କରିଥିଲେ । ଅନ୍ୟ ଲୁଟେରା ଜଣକ ଘଟଣା ସ୍ଥଳରୁ ଫେରାର ମାରିଥିଲା । ଏହି ଅଭିଯୋଗ କ୍ରମେ ପୋଲିସ ଫେରାର ଅଭିଯୁକ୍ତ ଜଣକୁ ଆଜି ଧରିବା ପରେ ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.