
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ଗାନ୍ଧୀ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେଇଥିବା ୬୫ତମ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନର ଗ୍ରାଣ୍ଡ ଫାଇନାଲ ମ୍ୟାଚ୍ରେ କଟକ ଓ ବରଗଡ ଦଳ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ଖେଳ ହୋଇଥିଲା । ଶେଷ ମୁହୂର୍ତ୍ତରେ ୮୮ ମିନିଟ୍ରେ କଟକ ଦଳର ୧୮ ନମ୍ୱର ଜର୍ସି ବିଜୟ ବେହେରା ବରଗଡ଼ ବିପକ୍ଷରେ ଗୋଲ ସ୍କୋର କରି ଦଳକୁ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ଚାମ୍ପିଅନ କରାଇବାରେ ସକ୍ଷମ ହେବା ସହ ଫାଇନାଲ ମ୍ୟାଚରେ ମ୍ୟାନ ଅଫ୍ ଦି ମ୍ୟାଚ୍ ଭାବେ ବିବେଚିତ ହୋଇ ଅତିଥିଙ୍କ ଠାରୁ ପୁରସ୍କୃତ ହୋଇଥିଲେ । ଏଇ ଭବ୍ୟ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲା, ସମ୍ମାନିତ ଅତିଥି ଭାବରେ ପୂର୍ବତନ ଜିଲ୍ଲାପାଳ ଡ଼. ନୃପରାଜ ସାହୁ, ଏସ୍ପି ନାରାୟଣ ନାଏକ, ଏଡିଏମ୍ ଅଞ୍ଜଳିନା ପଧାନ, ଓଡ଼ିଶା ଅଲମ୍ପିକ୍ସ ଏସୋସିଏସନ୍ର ପ୍ରାକ୍ତନ ଉପସଭାପତି ଶତୃଘ୍ନ ସିଂହ, ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର, କ୍ରୀଡା ସଂଘ ସହସମ୍ପାଦକ ନନ୍ଦ କିଶୋର ତ୍ରିପାଠୀ , ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାଏକ୍, ବୀରମହାରାଜପୁର ବ୍ଲକ୍ ଉପାଧ୍ୟକ୍ଷ ନାରାୟଣ ଲୁହା, ପ୍ରାକ୍ତନ ନିଗମ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳ, ଜିଲ୍ଲା ପରିଷଦ ସଦସ୍ୟ ମଧୁସୂଦନ ଓତା, ରାଜ୍ୟ ବିଜେଡି ଯୁବନେତା ଅମୀୟ ରଞ୍ଜନ ଦାଶ, ପ୍ରାକ୍ତନ ପୌରଧ୍ୟକ୍ଷ କଇରୁ ସ୍ୱାଇଁ, ସମାଜସେବୀ ଗୋବିନ୍ଦ ମହାରଣା, ଶ୍ରୀବତ୍ସ ମଲ୍ଲିକ, ଜିଲ୍ଲା କ୍ରିକେଟ୍ ସଂଘ ସଭାପତି ରାମ ଶଙ୍କର ସାହୁ, ସମ୍ପାଦକ ପ୍ରଦୀପ ସେଠୀ ଯୋଗ ଦେଇ ଉପବିଜେତା ଦଳ ବରଗଡ଼ ଓ ବିଜେତା ଦଳ କଟକକୁ ସମ୍ୱର୍ଦ୍ଧିତ କରିବା ସହ ଟ୍ରଫି ପ୍ରଦାନ କରିଥିଲେ । ଏହି ଅବସରରେ ମ୍ୟାଚ୍କୁ ପରିଚାଳନା ପାଇଁ ଆସିଥିବା ଫାଓର ମ୍ୟାଚ୍ କମିଶନର ନବୀନ ନାୟକ, ସିଲେକ୍ଟର ଅମରେନ୍ଦ୍ର ସିଂହ, ରମେଶ ଚନ୍ଦ୍ର ମଲ୍ଲିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଫାଓର ସମସ୍ତ ରେଫରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ପଡ଼ିଆ ସାଜସଜ୍ଜା ସ୍ୱଚ୍ଛତା ଓ ପ୍ରସ୍ତୁତି ପାଇଁ ତଥା ମ୍ୟାଚ୍ ର ସଫଳ ଆୟୋଜନ ପାଇଁ ସମସ୍ତ ସହଯୋଗୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରାମର୍ଶଦାତା ଓ ସହଯୋଗୀ ଗୋବିନ୍ଦ ମହାରଣା, ରାଜ କିଶୋର ତ୍ରିପାଠୀ, ମହାଦେବ ମଲ୍ଲିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଜିଲ୍ଲା କ୍ରୀଡା ସଂଘର ସକ୍ରିୟ ସଦସ୍ୟ ଓ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅୟୋଜନ କରିଥିବା କ୍ରୀଡା ସଂଘର ସମ୍ପାଦକ ପିୟୁଷ ପଣ୍ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରି ଯାଇ ଅତିଥିମାନେ ଭୂୟସୀ ପ୍ରଶଂସା କରିଥିଲେ । କ୍ରୀଡା ସଂଘ ଉପସଭାପତି ଚିତ୍ତରଞ୍ଜନ ତରାସିଆ ସଭା ପରିଚାଳନା କରିଥିଲେ ।
