jsm

ରନ୍ଧାମଦ ଜବତ ସହ ୪ ଗିରଫ

csstore

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଅବକାରୀ ବିଭାଗ ତମିଆଁ ଓ ଅଏଁଲାତୁଙ୍ଗା ଗାଁରେ ଚଢ଼ଉ କରି ୧୧୫ ଲିଟର ରନ୍ଧାମଦ ଜବତ କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ତମିଆଁ ଗାଁର ଅକ୍ଷୟ ପୁଟେଲ ଓ ଭାଗ୍ୟଲ ଅବଦୁଲ । ସେହିପରି ଭାବରେ ଅଏଁଲତୁଙ୍ଗା ଗାଁର ଖୁସିରାମ ବେହେରା ଓ ଭଗବାନ ସାହୁ । ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଉପନିରୀକ୍ଷକ ସତ୍ୟନାରାୟ ଦାସ ସୂଚନା ଦେଇଛନ୍ତି । ଦୀର୍ଘ ଦିନରୁ ଏମାନେ ମିଳିତ ଭାବରେ ବେଆଇନ ରନ୍ଧାମଦ କାରବାର କରୁଥିଲେ । ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଅବକାରୀ ଉପନିରୀକ୍ଷକ ଶ୍ରୀ ଦାସଙ୍କ ନେତୃତ୍ୱରେ ପୃଥକ ପୃଥକ ଭାବରେ ସେମାନଙ୍କ ଘରକୁ ଅତର୍କିତ ଭାବେ ଚଢ଼ଉ କରାଯାଇଥିଲା ।ସେମାନଙ୍କଠାରୁ ରନ୍ଧା ମଦ ପ୍ରସ୍ତତି ପାଇଁ ବ୍ୟବହୃତ ସାମଗ୍ରୀ ସହ ୧୧୫ ଲିଟର ରନ୍ଧାମଦ ଜବତ କରିଥିଲେ । ଜବତ ହୋଇଥିବା ରନ୍ଧାମଦର ଆନୁମାନିକ ମୂଲ୍ୟ ୨୦ ହଜାରରୁ ଅଧିକ ଟଙ୍କା ହେବ ବୋଲି ଅବକାରୀ ଉପ ନିରୀକ୍ଷକ ଶ୍ରୀ ଦାସ ସୂଚନା ଦେଇଛନ୍ତି । ଏହି ଚଢ଼ଉ ସମୟରେ ଅବକାରୀ ଉପନିରୀକ୍ଷକଙ୍କ ସମେତ ଷ୍ଟାପ ବୁଲୁ ବର୍ଗତ୍ତି, ଗୁଣବନ୍ତୀ ମାଝୀ, ମତିଲାଲ ସାମିଲ ହୋଇଥିଲେ ।

yuvodaya
Leave A Reply

Your email address will not be published.