csstore

ନୀଲମ ଫାଉଣ୍ଡେସନର ତୃତୀୟ ପ୍ରତିଷ୍ଠା ଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ନୀଲମ ଫାଉଣ୍ଡେସନର ତୃତୀୟ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନ ତରଫରୁ ବୃଦ୍ଧବ୍ୟକ୍ତି ତଥା ଦିବ୍ୟାଙ୍ଗଙ୍କ ପାଇଁ ଏକ ହୁଇଲ ଚେୟାର ରେଲୱେ ଷ୍ଟେସନର ମହାପ୍ରବନ୍ଧକ ପ୍ରଭାସ ଦାଶଙ୍କୁ ପ୍ରଦାନ କରିଥିଲେ । ଏହି ଅବସରରେ ମୁଖ୍ୟ ଟିକେଟ ନିରଷକ୍ଷକ ମାନିକଲାଲ ମହାପାତ୍ର, ଅନୁଷ୍ଠାନର ଅଧ୍ୟକ୍ଷ ପ୍ରତିମା ସାହୁ, ଉପାଧ୍ୟକ୍ଷ ଗ୍ରେସୀ ଡେଭିଡ, ରୂପେଶ ଅଗ୍ରୱାଲ, ଅଭିଷେକ ସିଂହ, ବିଜୟ ସୁନ୍ଦରରାୟ, ବିଶ୍ୱଜିତ ରାଉତ, ବିଶ୍ବଭୂଷଣ ମହାପାତ୍ର, ଜିତେନ ମହାନ୍ତି, ଲକ୍ଷ୍ମୀ, ଅଶୋକ ଦକ୍ଷିଣ ରାୟ ପ୍ରମୁଖ ଉପସ୍ଥିତ ଥିଲେ । ଷ୍ଟେସନ ମହାପ୍ରବନ୍ଧକ ଶ୍ରୀ ଦାଶ ଅନୁଷ୍ଠାନର ଏପରି କାର୍ଯ୍ୟକୁ ପ୍ରଶଂସା କରିବା ସହ, ସାମାଜିକ ପ୍ରତିବଦ୍ଧତା ଓ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇପାରିବ ବୋଲି ମତ ରଖିଥିଲେ ।

jayashree
Leave A Reply

Your email address will not be published.