csstore

ଡିଜିଟାଲ ଲର୍ଣ୍ଣିଂ ପ୍ଲାଟଫର୍ମ ସମ୍ପର୍କରେ ଜିଲ୍ଲା ତରଫରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ବିଜେପି ସାଂଗଠନିକ ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟାଙ୍କ ନିର୍ଦ୍ଦେଶ କ୍ରମେ ସେକ୍ଟର ୮ ସ୍ଥିତ ଶିବ ମନ୍ଦିର ପରିସରରେ ବିଜେପି ରାଉରକେଲା ସାଙ୍ଗଠନିକ ଜିଲ୍ଲା ତରଫରୁ ଡିଜିଟାଲ ଲର୍ଣ୍ଣିଂ ପ୍ଲାଟଫର୍ମ ସମ୍ପର୍କରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ରାଜ୍ୟ ଯୁବ ମୋର୍ଚ୍ଚାର ସୁଜିତ୍ ସିଂ ମୁଖ୍ୟଅତିଥି ତଥା ପ୍ରଶିକ୍ଷକ ଭାବରେ ଯୋଗ ଦେଇ ପ୍ରଶିକ୍ଷଣ ଦେଇଥିଲେ । ଡିଜିଟାଲ ଲର୍ଣ୍ଣିଂ ପ୍ଲାଟଫର୍ମ ଆଜିର ବ୍ୟବସ୍ଥାକୁ ଅଧିକ ଆଧୁନିକ, ସୁଲଭ ଏବଂ ଗୁଣାତ୍ମକ କରିବାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେଉଛି ବୋଲି ପ୍ରକାଶ କରିଥିଲେ । ଏହାର ମାଧ୍ୟମରେ କାର୍ଯ୍ୟକର୍ତ୍ତା ସହର ଓ ଗ୍ରାମାଞ୍ଚଳରେ ରହି ସମାନ ସୁଯୋଗ ପାଇ ନିଜ ଜ୍ଞାନ ଓ ଦକ୍ଷତା ବୃଦ୍ଧି କରିପାରିବେ । ଯୁବପିଢ଼ିକୁ ପ୍ରଯୁକ୍ତି ସହିତ ଯୋଡ଼ି ସଶକ୍ତ କରିବା ଆମର ପ୍ରାଥମିକତା । ସମସ୍ତଙ୍କ ସହଯୋଗରେ ଏହା ଜ୍ଞାନ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ ବୋଲି କହିଥିଲେ । ସେ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମକୁ କି ଭଳି ବିଭିନ୍ନ ପ୍ଲାଟଫର୍ମ ବ୍ୟବହାର କରି ଏହା ମାଧ୍ୟମରେ କିଭଳି ସମସ୍ତଙ୍କ ପାଖରେ ପହଞ୍ଚି ପାରିବା ତା ଉପରେ ଆଲୋଚନା କରିଥିଲେ । ଜ୍ଞାନ ସମୃଦ୍ଧ ଓ ସଶକ୍ତ ସମାଜ ଗଠନ ପାଇଁ ସମସ୍ତେ ଏହାର ବ୍ୟବହାର କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ସଭାପତି ତଥା ପୂର୍ବତନ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗବନ୍ଧୁ ବେହେରା, ଜିଲ୍ଲା ପ୍ରବକ୍ତା ଗଙ୍ଗାଧର ଦାଶ, ଜିଲ୍ଲା ଉପସଭାପତି ମନୋଜ କୁମାର ସେନାପତି, ଜିଲ୍ଲା ସାଧାରଣ ସମ୍ପାଦକ ଅଭିରାମ ମହାକୁଳ ଏବଂ ଜିଲ୍ଲା କାର୍ଯ୍ୟାଳୟ ସମ୍ପାଦିକା ନୀନା ଷଡ଼ଙ୍ଗୀ ପ୍ରମୁଖ କାର୍ଯ୍ୟକର୍ତ୍ତା ମାନଙ୍କୁ ଡିଜିଟାଲ ଲର୍ଣ୍ଣିଂ ପ୍ଲାଟଫର୍ମ ସମ୍ପର୍କରେ ବୁଝାଇ ଥିଲେ । କାର୍ଯ୍ୟକ୍ରମ ପରିଚାଳନା ଜିଲ୍ଲା ଉପସଭାପତି ମନୋଜ କୁମାର ସେନାପତି କରିଥିବା ବେଳେ ଜିଲ୍ଲା କାର୍ଯ୍ୟାଳୟ ସମ୍ପାଦିକା ନୀନା ଷଡ଼ଙ୍ଗୀ ଏବଂ ଜିଲ୍ଲା ସମ୍ପାଦକ ସନ୍ତୋଷ ବିରାଟ ଏଥିରେ ସହଯୋଗ କରିଥିଲେ । ଉକ୍ତ ବୈଠକରେ ରାଉରକେଲା ସାଂଗଠନିକ ଜିଲ୍ଲା ବିଜେପିର ପଦାଧିକାରୀ ଗଣ, ମଣ୍ଡଳ ସଭାପତି ବୃନ୍ଦ, ମଣ୍ଡଳ ଟୋଲି ସଦସ୍ୟ ବୃନ୍ଦ, ସମସ୍ତ ମଣ୍ଡଳ ପ୍ରଭାରୀଗଣ ଏବଂ ଜିଲ୍ଲା ମୋର୍ଚ୍ଚା ସଭାପତିମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅବିନାଶ ବ୍ରହ୍ମ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.