ls

ରାଜ୍ୟରେ କାଳବୈଶାଖୀର ପ୍ରଭାବ : ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

2020

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି କାଳବୈଶାଖୀର ପ୍ରଭାବ । ଏହାସଙ୍ଗକୁ କିଛି ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ମଧ୍ୟ ଅନୁଭୁତ ହୋଇଛି । ଫଳରେ ଅଧିକାଂଶ ସ୍ଥାନରେ ମିଶ୍ରିତ ପାଗ ରହୁଛି । ସେହିପରି କିଛି କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ଧରଣର ବର୍ଷା ଲାଗି ରହିଛି । ତେବେ ଆଜି ରାଜ୍ୟରେ ବର୍ଷା ନେଇ ଆଗାମୀ ୩ଟା ସତର୍କ ଜାରି କରିଛି ପାଣିପାଗ କେନ୍ଦ୍ର । ରାଜ୍ୟର କିଛି ସ୍ଥାନରେ ଘଡ଼ଘଡ଼ି ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି । ବଜ୍ରପାତ ଓ ବର୍ଷା ନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୩ ଘଣ୍ଟା ପାଇଁ ସତର୍କ ରହିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଢେଙ୍କାନାଳ, ଯାଜପୁର, କଟକ, ନୟାଗଡ଼, ଗଞ୍ଜାମ, ଖୋର୍ଦ୍ଧାକୁ ସତର୍କତା ଜାରି କରାଯାଇଛି ।

Leave A Reply

Your email address will not be published.