csstore

ଧାନ ଶସ୍ୟ କଟା ପରୀକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ତେନ୍ତୁଲିପାଲି ଗ୍ରାମରେ କୋର କାର୍ବନଏକ୍ସ ସୋଲୁସନ ପ୍ରାଇଭେଟ ଲିମିଟେଡ଼ ଓ ମହାଶକ୍ତି ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଏକ ଧାନ ଶସ୍ୟ କଟା ପରୀକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଶେଷ କରି ଓଦା, ଶୁଖିଲା ଜଳ ପରିଚାଳନା ପଦ୍ଧତିରେ ଧାନ ଚାଷ ହୋଇଥିବା ବେଳେ ବାୟୁ ମଣ୍ଡଳରୁ ମିଥେନ ଗ୍ୟାସ ମୁକ୍ତ ଏବଂ ଫସଲ ଭଲ ଅମଳ ହୋଇଛି ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଗଲପୁର ପଂଚାୟତ ଅଧିନସ୍ଥ ତେନ୍ତୁଲିପାଲି ଗ୍ରାମର ଚାଷୀ ହୃଷିକେଶ ପଧାନଙ୍କ ଚାଷ ଜମିରେ ପାଞ୍ଚ ମିଟର ଲମ୍ବ ଓ ଓସାର ବିଶିଷ୍ଟ ପ୍ଲଟରେ ଧାନ ଶସ୍ୟ କଟା ପରୀକ୍ଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ମାମିନୀ ଭୋଇ, ସ୍କିମ ଅଫିସର ବରଗଡ଼ କୃଷି ବିଭାଗ, ସ୍ମୃତି ରଞ୍ଜନ ସେଠି, ପ୍ରକଳ୍ପ ଅଧିକାରୀ, ସିସିଏକ୍ସ ଭୁବନେଶ୍ୱର, ଶ୍ରୀମତୀ ରୋଜାଲିନ ଭୂୟାଁ ସମ୍ପାଦିକା, ମହାଶକ୍ତି ଫାଉଣ୍ଡେସନ ବରଗଡ, ବିରୋସେନ ସାହୁ, ଅଧ୍ୟକ୍ଷ ଆଗଲପୁର ପ୍ରାଥମିକ କୃଷି ଋଣ ସେବା ସମବାୟ ସମିତି ଯୋଗଦାନ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମ ଗ୍ରାମର ଚାଷୀ ହୃଷିକେଶ ପଧାନ, ମିଲୁ ରଣା ଓ ଅନ୍ୟାନ୍ୟ ଗ୍ରାମବାସୀ ତଥା ମହାଶକ୍ତି ଫାଉଣ୍ଡେସନର ସୁବୋଧ କୁମାର ସାହୁ, ଦେବରାଜ ରଣା, ମନୋଜ ରଣା ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.