om academy

ବନ୍ଦର ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀଙ୍କ ପାରାଦୀପ ବନ୍ଦର ଗସ୍ତ : ପାରାଦୀପ ବନ୍ଦର ଦେଶର ୧ ନମ୍ବର ବନ୍ଦର ହେବାକୁ ଯାଉଛି

jsm

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପାରାଦୀପ ବନ୍ଦର ଦେଶର ୧ ନମ୍ବର ବନ୍ଦର ହେବାକୁ ଯାଉଛି ବୋଲି ବନ୍ଦର ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ଶାନ୍ତନୁ ଠାକୁର ଶୁକ୍ରବାର ପାରାଦୀପ ଗସ୍ତରେ ଆସି ଏଭଳି କହିଛନ୍ତି । ମନ୍ତ୍ରୀ ଶୀ ଠାକୁର ପୂର୍ବାହ୍ନରେ ସ୍ଥାନୀୟ ଜବାହର ଅତିଥି ଭବନରେ ପହଂଚି ଥିଲେ । ସେଠାରେ ତାଙ୍କୁ ବନ୍ଦର ଅଧ୍ୟକ୍ଷ ପି.ଏଲ. ହାରାନ୍ଧ ସ୍ୱାଗତ କରିଥିଲେ । ପରେ ମନ୍ତ୍ରୀ ଶୀ ଠାକୁର ବନ୍ଦର ନିଷିଦ୍ଧାଞ୍ଚଳକୁ ଯାଇ ପଣ୍ୟ କାରବାର ସ୍ଥିତି ଅନୁଧ୍ୟାନ କରି ସାରେ ମଧୁବନସ୍ଥିତ ଅଫିସର୍ସ କ୍ଲବ ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବନ୍ଦରର କାର୍ଯ୍ୟପନ୍ଥା ଉପରେ କହିଥିଲେ । ଏଥିରେ ବନ୍ଦର ଉପାଧ୍ୟକ୍ଷ ଏ.କେ. ବୋଷ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.