om academy

ସଡକ ସୁରକ୍ଷା ସଂସଦୀୟ କମିଟି ବୈଠକ

jsm

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଗତକାଲି ଅପରାହ୍ନ ୩ଟା ସମୟରେ ବାଲାଙ୍ଗିର ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂ ଦେଓଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା ସଂସଦୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ସ୍ୱାଗତ ବକ୍ତବ୍ୟ ରଖିବା ସହିତ ବୈଠକର ତାତ୍ପର୍ଯ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ପରେ ପରେ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଜିଲ୍ଲା ପରିବହନ ଅଧିକାରୀ ରବୀନ ପଟ୍ଟନାୟକ କାର୍ଯ୍ୟସୂଚୀ ଅନୁଯାୟୀ ବୈଠକରେ ଆଲୋଚନା ନିମନ୍ତେ ବିଷୟ ବସ୍ତୁ ଉପସ୍ଥାପନ କରିଥିଲେ । ସେ ଏହି ପରିପ୍ରେକ୍ଷୀରେ ଜିଲ୍ଳା ପରିବହନ ବିଭାଗ ତରଫରୁ ନିଆଯାଇଥିବା ସଡ଼କ ସୁରକ୍ଷା ଓ ତାର ପ୍ରତିକାର ତଥା ରାଜ୍ୟ ସରକାର ତଥା କେନ୍ଦ୍ର ସରକାରଙ୍କ ପରିବହନ ଓ ସଡକ ସୁରକ୍ଷା ସଂକ୍ରାନ୍ତୀୟ ଯୋଜନା, ବିଭିନ୍ନ ଆଇନ ସମ୍ୱନ୍ଧୀୟ ସୂଚନା ଓ କାର୍ଯ୍ୟକାରିତା ଉପରେ ବୈଠକରେ ବିସ୍ତୃତ ବିବରଣୀ ପ୍ରଦାନ କରଥିଲେ । ସେ ବିଶେଷ କରି ସଡକ ସୁରକ୍ଷା ଯୋଜନା ଉପରେ ଉତ୍ତମ ସମରୀୟ ନୀତି, ସୋଲାଟିୟମ୍ ସ୍କିମ୍, ରକ୍ଷକ ଯୋଜନା ପ୍ରଭୁତିର ପ୍ରାଞ୍ଜଳ ଭାବେ ବୈଠକରେ ସୂଚନା ଦେଇଥିଲେ । ସଡ଼କ ଦୁର୍ଘଟଣାକୁ ରୋକିବା ସହ ସୁଗମ ଯାତାୟାତ ନିମନ୍ତେ ସୋନପୁର ସହରରେ ଦୁଇଟି ରୋଡ୍ ଟ୍ରାଫିକ୍ ସିଗନାଲ୍ ଲାଇଟ୍ ସିଷ୍ଟମ୍ ଗୋଟିଏ ବ୍ଲକ୍ ଛକ ଏବଂ ଗୋଟିଏ ନଲିନୀ ଛକଠାରେ ସ୍ଥାପନ କରିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି । ପୁନଶ୍ଚ ସୁବର୍ଣ୍ଣପୁର ଜିଲ୍ଲାରେ ଏକ ଟ୍ରମା କେୟାର ସେଣ୍ଟର କରିବାକୁ ବୈଠକରେ ଆଲୋଚନା କରାଯାଇଛି । ଜିଲ୍ଲାରେ ଯଦିଓ ସଡ଼କ ଦୁର୍ଘଟଣା ଆଗ ତୁଳନାରେ କମ୍‌ ରହିଛି ତଥାପି ଦୁର୍ଘଟଣାକୁ ହ୍ରାସ କରିବା ନିମନ୍ତେ ବ୍ୟାପକ ସଚେତନତା କରାଯିବ ସହ ଯାତାୟାତକୁ ଜାତୀୟ ରାଜପଥ ହେଉ ବା ରାଜ୍ୟ ରାଜପଥରେ ସୁଗମ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି । ସଡକ ଦୁର୍ଘଟଣା ହ୍ରାସ ତଥା ସଡକ ସୁରକ୍ଷା ଆଇନ ଏବଂ ନିୟମ ବିଷୟରେ ସଚେତନତା ପାଇଁ ନିଆଯାଇଥିବା ବିଭିନ୍ନ ସମୁଚିତ ପଦକ୍ଷେପ ନିମନ୍ତେ ଜିଲ୍ଲା ପ୍ରଶାସନକୁ ଅଧ୍ୟକ୍ଷକ୍ଷ ପ୍ରଶଂସା କରିବା ସହ ଆନନ୍ଦ ପ୍ରକାଶ କରିଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ସୋନପୁର ନିହାର ରଞ୍ଜନ କଁହର, କମିଟିର ସଦସ୍ୟ ସଦସ୍ୟା ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଶେଷରେ ଆର୍‌ଟି ଓ ଶ୍ରୀ ପଟ୍ଟନାୟକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.