om academy

ନିର୍ବାଚନୀ ପ୍ରଚାରରେ ବିଜେପି-ବିଜେଡ଼ି ତୁତୁ ମେମେ

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶାରେ ଆଉ ଦୁଇଟି ପର୍ଯ୍ୟାୟ ମତଦାନ ବାକି ରହିଥିବା ବେଳେ ବିଜେପି-ବିଜେଡ଼ି ଭିତରେ ନିର୍ବାଚନୀ ଯୁଦ୍ଧ ଶିଖରରେ ପହଂଚିଥିବା ଦେଖିବାକୁ ମିଳିଛି । ବିଭିନ୍ନ ମଂଚରେ ବିଜେପି ବିଜେଡ଼ିକୁ କଟୁ ସମାଲୋଚନା କରୁଥିବା ବେଳେ ବିଜେଡ଼ି ମଧ୍ୟ ବିଜେପିକୁ କଡ଼ା ଜବାବ୍‌ ଦେଉଛି । ବିଜେପି ଓଡ଼ିଶାର ସମଗ୍ର ଲୋକସଭା ଆସନ ସାଉଁଟିବା ସହ ଓଡ଼ିଶା ସରକାର ନିଜେ ଗଢ଼ିବ ବୋଲି ନିର୍ବାଚନୀ ସଭା ଗୁଡ଼ିକରେ ବୋବାଲ୍‌ କରୁଛି ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରୀୟ ସ୍ତରର ବିଜେପି ନେତା ମନ୍ତ୍ରୀଙ୍କ ତୁହାକୁ ତୁହା ଓଡ଼ିଶା ଗସ୍ତ ଓ ନିର୍ବାଚନୀ ପ୍ରଚାରରେ ଓଡ଼ିଶା ମାଟି କଂପୁଛି । ଓଡ଼ିଆ ଅସ୍ମିତାର କଥା କହି ବିଜେଡ଼ିକୁ ପ୍ରଚଣ୍ଡ ଭାବେ ଘେରୁଛି ବିଜେପି । ଅନ୍ୟପକ୍ଷରେ ବିଜେଡ଼ି ପକ୍ଷରୁ ମଧ୍ୟ ଚାଲିଛି ଜୋର୍‌ସୋର୍‌ ମାରାଥନ୍‌ ନିର୍ବାଚନୀ ପ୍ରଚାର । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ୨୫ ବର୍ଷର ବିକାଶମୁଖୀ ଶାସନକୁ ନେଇ ବିଭିନ୍ନ ନିର୍ବାଚନୀ ସଭାରେ ବିଜେଡ଼ି ପାଇଁ ଶକ୍ତି ସାଉଁଟୁଥିବା ବେଳେ ବିଜେଡ଼ିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ୍‌ ବିଜେପିର ସମାଲୋଚନାର କଡ଼ା ଜବାବ୍‌ ଦେଉଥିବା ଦେଖିବାକୁ ମିଳିଛି । ଏପରିକି ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଶାଳୀନ, ଅଭଦ୍ର ଭାଷାରେ ବିଜେପିର ନେତାମାନେ ସମାଲୋଚନା କରୁଥିବା ଯୋଗୁଁ ଆସନ୍ତା ଜୁନ୍‌ ୪ ତାରିଖ ଦିନ ବିଜେପିକୁ ଓଡ଼ିଶାବାସୀ କଡ଼ା ଜବାବ୍‌ ଦେବେ ବୋଲି ଆଶାବ୍ୟକ୍ତ କରୁଛନ୍ତି ଶ୍ରୀ ପାଣ୍ଡିଆନ୍‌ । ନବୀନ ପଟ୍ଟନାୟକ ଜୁନ୍‌ ୯ ତାରିଖ ଦିନ ଷଷ୍ଠ ଥର ପାଇଁ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ବିଜେଡ଼ି ଦାବି କରୁଛି ।

Leave A Reply

Your email address will not be published.