ବକେୟା ଶସ୍ୟବୀମା ପ୍ରଦାନ ଓ ବିଜୟାନନ୍ଦ ଚିନିକଳ ଖୋଲିବା ଦାବୀ ନେଇ କୋଶଳ ରାଜ୍ୟ ସମନ୍ୱୟ ସମିତିର ବିକ୍ଷୋଭ

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ ବ୍ଲକର ଚାଷୀମାନେ ୨୦୧୮/୧୯ ଆର୍ଥିକ ବର୍ଷର ଶସ୍ୟବୀମା ଟଙ୍କା ପାଇନାହାନ୍ତି । ଏଭଳିକି ଅନେକ ଚାଷୀ ୨୦୧୭/୧୮ ଆର୍ଥିକ ବର୍ଷର ଶସ୍ୟବୀମାର କ୍ଷତିପୂରଣ ମଧ୍ୟ ପାଇନାହାନ୍ତି । ଗତ ୨ବର୍ଷ ଧରି ହେଉଥିବା ଲାଗ୍‌ ଲାଗ୍‌ ମରୁଡ଼ି ଓ ଏ ବର୍ଷ କରୋନାଜନିତ ପରିସ୍ଥିତି ଚାଷୀମାନଙ୍କ ଅଣ୍ଟାକୁ ଭାଙ୍ଗି ଦେଇଛି । ଏଭଳି ସମୟରେ ଚାଷୀମାନେ ବୀମାରାଶି ନ ପାଇବା ଚାଷୀମାନଙ୍କ ମହଲରେ ନିରାଶା ସୃଷ୍ଟି କରିଛି । ତେଣୁ କୋଶଳ ରାଜ୍ୟ ସମନ୍ୱୟ ସମିତି ଦେଓଗାଁ ବ୍ଲକ କମିଟୀ ତରଫରୁ ଆଜି ଦେଓଗାଁ ତହସିଲ ଅଫିସ ସାମନାରେ ଗଣଧାରଣା ଓ ଗଣବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ତହସିଲଦାରଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦୁଇ ଦଫା ଦାବୀପତ୍ର ପ୍ରଦାନ କରାଯାଇଛି । ଏହାଛଡ଼ା ଦୀର୍ଘ ଦିନ ଧରି ଦେଓଗାଁ ସାଗରପାଲି ସ୍ଥିତ ଚିନିକଳ ବନ୍ଦ ହୋଇ ରହିବାରୁ ତା ଉପରେ ନିର୍ଭର କରୁଥିବା ୧୦ ହଜାର ଆଖୁଚାଷୀ ଓ ୪୦୦ରୁ ଉଦ୍ଧ୍ୱର୍ ଶ୍ରମଜୀବୀଙ୍କ ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବାରୁ ଏହି ଚିନି କଳ ଖୋଲାଯିବା ସହ ଚାଷୀ ଓ ଶ୍ରମିକମାନଙ୍କୁ ଆବଶ୍ୟକୀୟ କ୍ଷତି ପୂରଣ ଦିଆଯାଉ ବୋଲି ମଧ୍ୟ ଏହି ଦାବୀପତ୍ରରେ ସ୍ଥାନୀତ ହୋଇଛି । କୋଶଳ ରାଜ୍ୟ ସମନ୍ୱୟ ସମିତିର ଦେଓଗାଁ ବ୍ଲକ କମିଟୀର ଉପଦେଷ୍ଟା ଡା. ସୁଶାନ୍ତ ଚାନ୍ଦଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭ ଓ ଧାରଣାରେ ଅନ୍ୟମାନଙ୍କ ମଧ୍ୟରେ କୋଶଳ ରାଜ୍ୟ ସମନ୍ୱୟ ସମିତିର ଦେଓଗାଁ ବ୍ଲକର ଅନ୍ୟତମ ଉପଦେଷ୍ଟା ଡ. ଶଶିଭୂଷଣ ସାହୁ, ଦେଓଗାଁ ବ୍ଲକ ଆବାହକ ଦେବରାଜ ସାହୁ, ସମନ୍ୱୟ ସମିତିର କେନ୍ଦ୍ରୀୟ ଉପାଧ୍ୟକ୍ଷ ମନୋରଞ୍ଜନ ସାହୁ, ସାଧାରଣ ସଂପାଦକ ବିଭୁଦ ମିଶ୍ର, ବିଶିଷ୍ଠ ଶ୍ରମିକ ନେତା ରବି ମିଶ୍ର, କୋଶଳବାଦୀ ନେତା ରଣରାଜ ସିଂଦେଓ, କୋଶଳ ଯୁବ ସମନ୍ୱୟ ସମିତିର ନେତା ଅଚ୍ୟୁତ ସିପୁନ ଖମାରୀ, ଚାଷୀନେତା କମଳ ମେହେର, ବଶିଷ୍ଠ ବଗର୍ତ୍ତୀ, ମିତ୍ରଭାନୁ ବାରିକ, ଭବାନୀ ବଗର୍ତ୍ତୀ, ବିରାଟ ନାଏକ, ନରହରି ସାହୁ, ଅନଙ୍ଗ ଭୋଇ, ଶ୍ରୀବନ୍ତ ମେହେର, ଅରବିନ୍ଦ ପ୍ରଧାନ, କ୍ଷୀରୋଦ୍ର ମେହେର, ପ୍ରଶାନ୍ତ ମେହେର, ରାଜକିଶୋର ଦଳେଇ, ଚିତ୍ତରଞ୍ଜନ ପ୍ରଧାନ, ଶିବରାମ ବିଶ୍ୱାଲ, ମେଘୁ ସେଠ୍‌, ନିରଞ୍ଜନ ପଧାନ, ମାନଭଞ୍ଜନ ଗଡ଼ତ୍ୟା, ପ୍ରଦୀପ ପ୍ରଧାନ, ବୁନୁକୁ ବଗର୍ତ୍ତୀ ଅନ୍ୟମାନଙ୍କ ସହିତ ବହୁ ଚାଷୀ ଓ ସଂଗଠକ ଏହି ଗଣ ବିକ୍ଷୋଭରେ ସାମିଲ ହୋଇଥିଲେ ।

କୋଭିଡ଼ କଟକଣାକୁ ଆଖି ଆଗରେ ରଖି କୋଶଳ ରାଜ୍ୟ ସମନ୍ୱୟ ସମିତି ତରଫରୁ ପ୍ରତିନିଧି ମୂଳକ ଭାବରେ ଏହି ଗଣଧାରଣା ବିକ୍ଷୋଭ ଆୟୋଜନ କରାଯାଇ ଦେଓଗାଁ ତହସିଲଦାରଙ୍କ ମାର୍ଫତରେ ମାନ୍ୟବର ମୁଖ୍ୟମନ୍ତୀଙ୍କ ଉଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଆଗାମୀ ଦିନରେ ଦାବୀ ସମୂହ ଯଦି ତୁରନ୍ତ ପୂରଣ ନ ହୁଏ ତେବେ ଭୟାବହ ଚାଷୀ ଆନ୍ଦୋଳନ ହେବ ବୋଲି ସମନ୍ୱୟ ସମିତିର କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.