ବଲାଙ୍ଗିର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୭୯ : ସଇଁନ୍ତଲା ବ୍ଲକ୍‌ରେ ୧୭

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ଆଗଲପୁର ବ୍ଲକ୍‌ ରୋତ୍‌ ଓ ଡୁଡୁକା ଗ୍ରା.ପ.ରୁ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଥିବା ବେଳେ ବଲାଙ୍ଗିର ବ୍ଲକ୍‌ କୁଡ଼ାସିଂଗା ଗ୍ରା.ପ.ରୁ ୧, ବରକାନି ଗ୍ରା.ପ.ରୁ ୩, ଝାଙ୍କରପାଲି ଗ୍ରା.ପ.ରୁ ଜଣେ ସଂକ୍ରମିତ ହୋଇଛନ୍ତି । ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ. ୫ରୁ ୧, ୬ରୁ ୨ ଏବଂ ୧୪ରୁ ଜଣେ, ବଙ୍ଗୋମୁଣ୍ଡା ବ୍ଲକ୍‌ ଭାଲୁପିଟା ଗ୍ରା.ପ.ରୁ୧, ଚାନ୍ଦୋତରା ଗ୍ରା.ପ.ରୁ ୨, ସିନ୍ଧେକେଲା ଗ୍ରା.ପ.ରୁ ୧ ଓ ବଙ୍ଗୋମୁଣ୍ଡା ଗ୍ରା.ପ.ରୁ ଜଣେ, ବେଲପଡ଼ା ବ୍ଲକ୍‌ ବେଲପଡ଼ା ଗ୍ରା.ପ.ରୁ ୧, ନୁନହାଡ଼ ଗ୍ରା.ପ.ରୁ ୧ ଓ ଧୁମାଭଟା ଗ୍ରା.ପ.ର ୁ୩ ଜଣ, ଦେଓଗାଁ ବ୍ଲକ୍‌ ଜରାସିଂହା ଗ୍ରା.ପ.ରୁ ୧, ସାଲେପାଲି ଗ୍ରା.ପ.ରୁ ୧, ଗୁଡ଼ଭେଲା ବ୍ଲକ୍‌ ଗୁଡ଼ଭେଲା ଗ୍ରା.ପ.ରୁ ୧ ଓ ନୂଆପଡ଼ା ଗ୍ରା.ପ.ରୁ ୨, ତୁଷୁରା ଏନ୍‌ଏସି ୱାର୍ଡ ନଂ.୩ରୁ ୧, ଖପ୍ରାଖୋଲ ବ୍ଲକ୍‌ ଖପ୍ରାଖୋଲ ଗ୍ରା.ପ.ରୁ ୨, ଲାଠୋର ଗ୍ରା.ପ.ରୁ ୨ ଏବଂ ଲୁହାସିଂହା ଗ୍ରା.ପ.ରୁ ୧, ମୁରିବାହାଲ ବ୍ଲକ ହଲଦି ଗ୍ରା.ପ.ରୁ ୧ ଓ ପତ୍ରପାଲି ଗ୍ରା.ପ.ରୁ ୧, ପାଟଣାଗଡ଼ ବ୍ଲକ୍‌ ଗେର୍ଡା ଗ୍ରା.ପ.ରୁ ୧, ଘସିଏନ ଗ୍ରା.ପ.ରୁ ୧ ଓ ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୮ରୁ ୧, ପୁଇଁନ୍ତଲା ବ୍ଲକ୍‌ ଜାମ୍‌ଗାଁ ଗ୍ରା.ପ.ରୁ ୧, ସଇଁନ୍ତଲା ବ୍ଲକ୍‌ ବେଲଗାଁ ଗ୍ରା.ପ.ରୁ ୨, ଧରପଗଡ଼ ଗ୍ରା.ପ.ରୁ ୧, ଗଣ୍ଡପତ୍ରାପାଲି ଗ୍ରା.ପ.ରୁ ୩, ଝିଙ୍କିଡୁଙ୍ଗୁରି ଗ୍ରା.ପ.ରୁ ୧, କରମତଲା ଗ୍ରା.ପ.ରୁ ୮, କୁମ୍ଭାରୀ ଗ୍ରା.ପ.ରୁ ୧ ଓ ସଇଁନ୍ତଲା ଗ୍ରା.ପ.ରୁ ୧ ଜଣ ସଂକ୍ରମିତ ହୋଇଛନ୍ତି । ଟିଟିଲାଗଡ଼ ବ୍ଲକ୍‌ ନାରେନ ଗ୍ରା.ପ.ରୁ ୨, ଖୋଲାନ ଗ୍ରା.ପ.ରୁ ୧, ଅଦାବାହାଲ ଗ୍ରା.ପ.ରୁ ୨, ଘୋଡ଼ାର ଗ୍ରା.ପ.ରୁ ୧ ଓ ବାନ୍ଧୁପଲା ଗ୍ରା.ପ.ରୁ ୧, ଟିଟିଲାଗଡ଼ ମ୍ୟୁନିସିପାଲି ୱାର୍ଡ ନଂ.୪ରୁ ୧, ୫ରୁ ୧, ୬ରୁ ୧, ୮ରୁ ୩, ୧୧ରୁ ୪ ଓ ୧୨ରୁ ଜଣେ, ତୁରେକେଲା ବ୍ଲକ୍‌ ତୁରେକେଲା ଗ୍ରା.ପ.ରୁ ୪, ଢେ଼ାଲମହୁଲ ଗ୍ରା.ପ.ରୁ ୧ ଓ ଧାମନ୍‌ଡଙ୍ଗା ଗ୍ରା.ପ.ରୁ ୧ ଜଣ ସଂକ୍ରମିତ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲାରେ ଏବେ ୫୯୫ ଜଣ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି ।

Leave A Reply

Your email address will not be published.