ଜିଲ୍ଲା କଳାକାର ସଂଘର କାର୍ଯ୍ୟକାରୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା କଳାକାର ସଂଘର କାର୍ଯ୍ୟକାରୀ କମିଟୀ ବୈଠକ ସ୍ଥାନୀୟ ସଂଗୀତ ମହାବିଦ୍ୟାଳୟ “ପଞ୍ଚମ” ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରିଥିଲେ ସଂଘର ସଭାପତି ନାଟ୍ୟକାର ଅବଦୁଲ ଜମାଲ ଖାନ । ବିଗତ ଦିନରେ କରୋନା ମହାମାରୀ ତଥା ଅନ୍ୟାନ୍ୟ କାରଣରୁ ଦେହାନ୍ତ ହୋଇଥିବା ପିତାମ୍ବର ନାଏକ ତଥା ଅନ୍ୟ ବ୍ୟକ୍ତି ବିଶେଷଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସଂପାଦକୀୟ ବିବରଣି ଉପସ୍ଥାପନ କରିଥିଲେ ସାଧାରଣ ସଂପାଦକ ପ୍ରଭାକର ମିଶ୍ର । ମଂଚ ତରଫରୁ କଳାକାର ପରିଚିତି ନାମରେ ଏକ ପୁସ୍ତିକା ଛପା ଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ବିଭିନ୍ନ କଳା କ୍ଷେତ୍ରରେ ଥିବା କଳାକାରମାନେ ଯଥା ସଂଗୀତ (ବାଦ୍ୟଯନ୍ତ୍ର), ନୃତ୍ୟକଳା, ଚିତ୍ରକଳା, ମଂଚ ନାଟକ, କଣ୍ଠ ଶିଳ୍ପୀ, କିର୍ତ୍ତନ୍ୟ, କୃଷ୍ଣଗୁରୁ, ପାଲା, ଦାସ କାଠିଆ (କେବଳ ଗାୟକ ଓ ଗାୟକ), ରାମଳୀଳା, ଦଣ୍ଡ (କେବଳ ମୁଖ୍ୟ ଅଭିନୟ), ଏକ ଆବେଦନ ଫର୍ମରେ ନିଃଶୁଳ୍କ ଦେୟରେ ଦାଖଲ କରିପାରିବେ । ଆବେଦନ ଫର୍ମଗୁଡିକ ସଭାପତି ଅବଦୁଲ ଜମାଲ ଖାନ, ସାଧାରଣ ସଂପାଦକ ପ୍ରଭାକର ମିଶ୍ର, ଉପ-ସଭାପତି ବାସୁଦେବ ମେହେର, ଯୁଗ୍ମ ସଂପାଦକ ମଧୁସୁଦନ ନାଏକ, ବରିଷ୍ଠ ସଦସ୍ୟ ମୁରଲିଧାରୀ ପତିଙ୍କ ପାଖରେ ଦାଖଲ କରିପାରିବେ । ପୁସ୍ତକ ଛପାଯିବା ପାଇଁ ଏକ ସଂପାଦନା ମଣ୍ଡଳୀ ଗଠନ କରାଯାଇଛି । ମୁଖ୍ୟ ସଂପାଦକ ସନାତନ ଠାକୁର, ସଦସ୍ୟ ଅଶୋକ କୁମାର ·ନ୍ଦ, ଦିଲ୍ଲୀପ କୁମାର ସିଂଦେଓ, ସୁରେନ୍ଦ୍ର କୁମାର ତ୍ରିପାଠି ଓ କପିଳେଶ୍ୱର ଖମାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଏତଦ୍‌ ବ୍ୟତିତ କରୋନା କଟକଣାକୁ ମାନି ଆଗାମୀ ଦିନରେ ଚିତ୍ରକଳା ପ୍ରଦର୍ଶନୀ କାର୍ଯ୍ୟକ୍ରମ କରାଯିବାକୁ ସିଦ୍ଧାନ୍ତ କରାଯାଇଛି । ଆଜିର ବୈଠକରେ ଅଂଶଗ୍ରହଣ କରିଥିଲେ ପ୍ରହଲ୍ଲାଦ ଦର୍ଜୀ, ପୂର୍ଣ୍ଣଚନ୍ଦ୍ର ତ୍ରିପାଠି, ଦିଗାମ୍ବର ।ଏକ, କାଳୀ ପ୍ରସାଦ ଷଡଙ୍ଗୀ, ନିଳମଣି ପଟେଲ, ଗୌର କିଶୋର ମହାପାତ୍ର, ପ୍ରଭଞ୍ଜନ ରାୟଗୁରୁ, ବ୍ୟାସଦେବ ପୁରୋହିତ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ଉପ-ସଭାପତି ବାସୁଦେବ ମେହେର ।

Leave A Reply

Your email address will not be published.

4 × two =