ନରସିଂହ ମନ୍ଦିର ଗଳିରେ ଦୁଇ ଜଣ ଯୁବକଙ୍କ ଉପରେ ହୋଇଥିବା ଛୁରାମାଡ ଘଟଣା : ଭାଇରାଲ୍‌ ହେବାରେ ଲାଗିଛି ସିସିଟିଭି ଫୁଟେଜ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏବେ ଭାଇରାଲ୍‌ ହେଉଛି ବଲାଙ୍ଗିର ସହରର ନରସିଂହ ମନ୍ଦିର ଗଳିରେ ଦୁଇ ଜଣ ଯୁବକଙ୍କ ଉପରେ ହୋଇଥିବା ଛୁରାମାଡର ସିସିଟିଭି ଫୁଟେଜ୍‌ ମୋବାଇଲ୍‌ରୁ ମୋବାଇଲ୍‌କୁ । ଘଟଣାରେ ଗେଟ୍‌ସରୋବରପଡାର ବିଟ୍ଟୁ ଓରଫ୍‌ ସରୋଜ ପାଣିଗ୍ରାହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ କନ୍ଧପାଲିପଡାର ପ୍ରେମ ସାହୁ ଚିକିତ୍ସାଧୀନ ଥିବା ଜଣାପଡ଼ିଛି । ତେବେ ଗତ ବିଳମ୍ବିତ ରାତିରେ ବ୍ରାହ୍ମଣପଡାଠାରୁ ଶୀତଳଷଷ୍ଠୀ ଯାତ୍ରା ଦେଖି ଦୁଇ ସାଙ୍ଗ ନରସିଂହ ମନ୍ଦିର ଗଳି ରାଜମନ୍ଦିର ହୋଟେଲ୍‌ ଆଗରେ ଛିଡା ହୋଇଥିବା ବେଳେ ଅନ୍ୟ ଗୋଷ୍ଠୀର କିଛି ଯୁବକଙ୍କ ସହ କଥା କଟାକଟି ହୋଇଥିଲା । କଥା କଟାକଟି ଭୟଙ୍କର ରୂପ ନେଇଥିଲା । ବିଟ୍ଟୁ ଓ ତାଙ୍କ ସାଙ୍ଗଙ୍କୁ ଛୁରାମାଡ କରିଥିଲେ ଦୁବୃର୍ତ୍ତମାନେ । ଏହି ଘଟଣାର ସିସିଟିଭି ଫୁଟେଜ୍‌ ଏବେ ଭାଇରାଲ୍‌ ହେଉଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.

four × 5 =