ସଇଁତଲାରେ ୯ କୁଣ୍ଡୀୟ ଗାୟତ୍ରୀ ଯଜ୍ଞ : ଦ୍ଵିତୀୟ ଦିନରେ ଗୋଟିଏ ଯୋଡି ବିବାହ, ୮ ଜଣ ମୁଣ୍ଡନ ଓ ୧୧ ଜଣ ଦୀକ୍ଷା ଗ୍ରହଣ କଲେ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଅଖିଳ ବିଶ୍ୱ ଗାୟିତ୍ରୀ ପରିବାର ଆନୁକୂଲ୍ୟରେ ହାଟପଦାଠାରେ ନଅ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଆରମ୍ଭ ହୋଇଯାଇଛି । ଏଥିରେ ଗାୟିତ୍ରୀ ପରିବାର ପୂଜକ ସୁଶାନ୍ତ ମାଝୀଙ୍କ ତତ୍ତ୍ୱାବଧାନରେ ପୂଜାର୍ଚ୍ଚନା କାର୍ଯ୍ୟ ସମାପନ ହୋଇ ଥିବାବେଳେ ମୁଖ୍ୟ କର୍ତ୍ତା ଭାବେ ହରିବନ୍ଧୁ ସାହୁ ତାଙ୍କ ଧର୍ମପତ୍ନୀ ମିନା ସାହୁ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ । ଉକ୍ତ ଯଜ୍ଞମଣ୍ଡପକୁ ରୁଷିପୁତ୍ର ପ୍ରଶାନ୍ତ ଅଗ୍ରୱାଲ ଓ ପଙ୍କଜିନୀ ପଣ୍ଡା ପରିଚାଳନା କରିଥିଲେ । ଏହି ଗାୟିତ୍ରୀ ଯଜ୍ଞ ଉପଲକ୍ଷେ ସନ୍ଧ୍ୟା ସମୟରେ ପ୍ରବଚନ କାର୍ଯ୍ୟକ୍ରମ ହେଉଥିବା ବେଳେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଛି । ଏହାର ଦ୍ଵିତୀୟ ଦିନରେ ପ୍ରମୋଦ ବୈଠାରୁ , ନାରାୟଣ ଜାଲ, ସୁରେଶ ରଣା, ଅଖିଳ ସାହୁ, ଭଗବାନ ଯୋଶୀ, ଲିଙ୍ଗରାଜ ବୈଠାରୁ, ବନ ବିହାରୀ ସାହୁ ଓ ଡା. ବିଶ୍ୱଜିତ ମିଶ୍ରଙ୍କ ସହ ସପତ୍ନିକ କର୍ତ୍ତା ଦାୟିତ୍ୱ ତୁଳାଇଥିଲେ । ପରେ ମୁଣ୍ଡନ ସଂସାରରେ କୃଷ୍ଣ ଚନ୍ଦ୍ର ଗହୀର, ମନୋଜ ଗହୀର, ଦିଲ୍ଲୀପ ସାହୁ, ସୁଶାନ୍ତ ଦଣ୍ଡସେନା, ଜଗବନ୍ଧୁ କର୍ମୀ, ହୀରାକାନ୍ତ ଦଣ୍ଡସେନା, ଗୋପୀନାଥ ସାହୁଙ୍କ ପୁଅ ସମେତ ୮ ଜଣଙ୍କୁ ମୁଣ୍ଡନ ସଂସ୍କାର କରାଯାଇଥିଲା । ଉକ୍ତ ଯଜ୍ଞ ଆହୂତିରେ ୧୧ ଜଣ ପରିବାର ଗାୟିତ୍ରୀ ଦୀକ୍ଷା ସଂସ୍କାର ଗ୍ରହଣ କରିଥିଲେ । ସେହିପରି ଅମିତ ରଣା ତାଙ୍କ ଧର୍ମପତ୍ନୀ ଭାଗ୍ୟବତୀ ରଣାଙ୍କ ବିବାହ ସଂସ୍କାର ହୋଇଥିଲା । ଏଥିରେ ଦୀପ ଯଜ୍ଞ, ବ୍ରତ, ବିଦ୍ୟା, ଗର୍ଭ ସଂସ୍କାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଆସନ୍ତା ୭ ତାରିଖ ଦିନ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ରହିଥିବା ସ୍ଥିରକୃତ ହୋଇଥିବା ଜଣାଯାଇଛି । ଏହି ସମୟରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ସତ୍ୟନାରାୟଣ ଗୁପ୍ତା, ପଦ୍ମନୀ ବେହେରା, ବୁଲୁ ଦାସ, ରାଜ କୁମାର କେବଟ, ପରମାନନ୍ଦ ରଣାଙ୍କ ପ୍ରମୁଖ ଗାୟିତ୍ରୀ ମହାଯଜ୍ଞ ଦର୍ଶନ କରିଥିଲେ । ଏଥିରେ ହରିପ୍ରସାଦ ଅଗ୍ରୱାଲ, ପ୍ରଦୀପ ଜାଲ, ଭୀମସେନ ସ୍ୱାଇଁ, ମଧୁସୂଦନ ଦାସ, ସରୋଜ ଵୈଠାରୁ, ମଦନଲାଲ ଅଗ୍ରୱାଲ, ପ୍ରମୋଦ ଅଗ୍ରୱାଲ ଓ ରାମଜୀ ଚଣ୍ଡେଶ୍ୱରୀ ସଂକୀର୍ତ୍ତନ ମଣ୍ଡଳୀ ସହ ଗାୟିତ୍ରୀ ପରିବାରର ସଦସ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

17 − fifteen =