csstore

ଗଞ୍ଜାମ ବିଇଓ ଅଫିସ ଆଗରେ ଗଞ୍ଜାମ ବ୍ଲକରେ ଶିକ୍ଷକ ସଂଘର ଗଣଧାରଣା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରାଜ୍ୟ ଏବଂ ଜିଲ୍ଲା ଏୟୁଟିଏଫ୍ ଶିକ୍ଷକ ସଂଘର ଆହ୍ଵାନ କ୍ରମେ ଗଞ୍ଜାମ ବ୍ଲକ୍ ଏୟୁଟିଏଫ୍ ଶିକ୍ଷକ ସଂଘ ନେତୃତ୍ୱରେ ପିଷ୍ଟା, କନିଷ୍ଠ ଶିକ୍ଷକ ସଂଘ, ଏକ୍ସ କ୍ୟାଡ଼ର ଶିକ୍ଷକ ସଂଘର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସମୂହ ଛୁଟି (ମାସ ଲିଭ୍) ତିନି ଦଫା ନେଇ ଗଞ୍ଜାମ ବ୍ଲକ୍ ଭାରତୀ ବିଦ୍ୟାପୀଠ ମଧ୍ୟରେ ଥିବା ଗୋଷ୍ଠୀ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି । ଦାବୀ ପୂରଣ ନ ହେବ ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ । ଏଥିରେ ତିନି ଦଫା ଦାବୀ ଯଥା ଠିକା ନିଯୁକ୍ତି ବାତିଲ ସହ ଛଅ ବର୍ଷ କାର୍ଯ୍ୟକାଳକୁ ମୂଳ ଚାକିରିରେ ଗଣନା କରି ନୋସଲାନ ଇଂକ୍ରିମେଣ୍ଟ ଦେବା, ଏକ୍ସ କ୍ୟାଡ଼ର ଶିକ୍ଷକଙ୍କୁ କ୍ୟାଡ଼ର ଭୁକ୍ତ କରି କଳା ଓ କ୍ରୀଡ଼ା ଶିକ୍ଷକଙ୍କ ଚାକିରି ସର୍ତ୍ତାବଳି ନିର୍ଦ୍ଧାରଣ କରିବା ସହ କେନ୍ଦୀୟ ହାରରେ ଦରମା ପ୍ରଦାନ, ନୂତନ ପେନସନ ବ୍ୟବସ୍ଥାକୁ ଉଚ୍ଛେଦ କରି ପୁନଃ ପୁରୁଣା ପେନସନ ଲାଗୁ କରିବା ଇତ୍ୟାଦି ଦାବୀ ଉପସ୍ଥାପନ କରାଯାଇଥିଲା । ଏହି ଗଣ ଧାରଣାରେ ଏୟୁଟିଏଫ୍ ଶିକ୍ଷକ ସଂଘର ସଭାପତି ପ୍ରଶାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ଗଞ୍ଜାମ ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଗଜେନ୍ଦ୍ର ମାଝି, ସମ୍ପାଦକ ଲକ୍ଷ୍ମଣ ନାହାକ, କୋଷାଧ୍ୟକ୍ଷ ଜୟକୃଷ୍ଣ ତ୍ରିପାଠୀ ମିଳିତ ଶିକ୍ଷକ ମଞ୍ଚର ନିରଞ୍ଜନ ମହାପାତ୍ର, ଏୟୁଟିଏଫର ସମ୍ପାଦକ ଅଭିରାମ ନାୟକ, ରାଜ୍ୟ ପିଷ୍ଟା ସଂଘର କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ବେହେରା, ଏକ୍ସ କ୍ୟାଡ଼ର ଶିକ୍ଷକ ସଂଘର ସଭାପତି ପ୍ରଫୁଲ୍ଲ ମାଝୀ, କନିଷ୍ଠ ଶିକ୍ଷକ ସଂଘର ସ୍ୱାଗତିକା ଦଳାଇ, ବରିଷ୍ଠ ଶିକ୍ଷକ ପ୍ରକାଶ ଚନ୍ଦ୍ର ବେହେରା, ଭବାନୀ ଶଙ୍କର ପଟ୍ଟନାୟକ, ରାମକୃଷ୍ଣ ବେହେରା, ପ୍ରଦୀପ କୁମାର ଭୁକ୍ତା ପ୍ରମୁଖ ଉପସ୍ଥିତ ରହି ସରକାରଙ୍କ ପ୍ରାଥମିକ ଶିକ୍ଷକଙ୍କ ଟାଳଟୁଳ ନୀତି ଉପରେ ଘୋର ନିନ୍ଦା କରିଥିଲେ । ଏହି ଗଣ ଧାରଣାରେ ଗଞ୍ଜାମ ବ୍ଲକର ୩୫୦ରୁ ଅଧିକ ବିଭିନ୍ନ ବର୍ଗର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.