ଅଭାବନୀୟ ଘଟଣା : ବାପପୁଅଙ୍କୁ ମାଡ଼ ମାରି ପୋଖରୀରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ଢେଙ୍କାନାଳ : କୂଅ ପାଣି ବ୍ୟବହାରକୁ ନେଇ ଘଟିଛି ଘଟଣା । ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗଞ୍ଜେଇଡିହ ଗାଁର ଶ୍ୟାମ ସୁନ୍ଦର ଧଳ ଓ ତାଙ୍କ ପୁଅ ସନ୍ତୋଷ ଧଳଙ୍କୁ ନିସ୍ତୁକ ମାଡ଼ ମାରିବା ପରେ ଗତକାଲି ରାତିରେ ଦୁର୍ବୃତ୍ତମାନେ ପୋଖରୀରେ ଫିଙ୍ଗି ଦେଇଥିବା ଖବର ମିଳିଛି । ମୁମୂର୍ଷୁ ଅବସ୍ଥାରେ ବାପ ପୁଅଙ୍କୁ ଗ୍ରାମବାସୀ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ସୂଚନାରୁ ଜଣାପଡ଼ିଛି ।

Leave A Reply

Your email address will not be published.