ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ସମ୍ବଲପୁର, (ଦାମୋଦର ପଣ୍ଡା) : ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ସମ୍ବଲପୁର ଜିଲା ବୁର୍ଲାର ମିର୍ଧାପଡା ନିକଟରେ ଏକ ବିଲ ଭିତରେ ଥିବା ଗଛରୁ ଆଜି ଅନିରୁଦ୍ଧ ପଞ୍ଚବିହାର(୩୨)ଙ୍କ ସନ୍ଦେହଜନକ ତଥା ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ତେବେ ଦୀର୍ଘ ସମୟ ବିତି ଯାଇଥିଲେ ବି ପୁଲିସ ଘଟଣା ସ୍ଥଳରେ ନ ପହଂଚିବାରୁ ଉତ୍ୟକ୍ତ ଲୋକଙ୍କ ଦ୍ୱାରା ସମ୍ବଲପୁର ବିଶ୍ୱବିଦ୍ୟାଳୟ ମୁଖ୍ୟରାସ୍ତା ଅବରୋଧ ହୋଇଥିଲା । ଏହାପରେ ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତା ରୋକ ହଟିଥିବା କୁହାଯାଇଛି । ଅନିରୁଦ୍ଧକୁ ପୁର୍ବ ଶତୃତାକୁ ନେଇ ହତ୍ୟା କରାଯାଇଥିବା ପରିବାରବର୍ଗଙ୍କ ତରଫରୁ ଅଭିଯୋଗ ଆସୁଛି ।

Leave A Reply

Your email address will not be published.

four × five =