pakka

ପୋଲିସ ବିଭାଗ ଅପରାଧ ଶାଖା କର୍ମଚାରୀ ବ୍ରଜବନ୍ଧୁ ପ୍ରଧାନଙ୍କ ଦେହାନ୍ତ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସରକାରୀ ମୁଖ୍ୟ ଡାକ୍ତରଖାନାରେ ସାଗରପଡା ନିବାସୀ ବ୍ରଜବନ୍ଧୁ ପ୍ରଧାନ(୫୮)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ଦିନ ପରଲୋକ ଘଟିଛି । ସେ କରୋନାରେ ସଂକ୍ରମିତ ହୋଇ ଏକମାସରୁ ଅଧିକ ସମୟ ଧରି ଚିକିତ୍ସିତ ହେଉଥିଲେ । ପ୍ରଥମେ ତାଙ୍କୁ ଗତ ଅକ୍ଟୋବର ମାସରେ ବରଗଡ ଠାରେ ଥିବା ବିକାଶ ହସ୍‌ପିଟାଲରେ କରୋନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ସ୍ତ୍ରୀ ନିଶାମଣି ପଟ୍ଟନାୟକ, ପୁଅ ସ୍ପନ୍ଦନ କୁମାର ପ୍ରଧାନ, ଝିଅ ଲତିକା ପ୍ରଧାନ ଓ ମା କୌଶଲ୍ୟା ପ୍ରଧାନ ଏବଂ ପରିବାର ଓ ବନ୍ଧୁବାନ୍ଧବମାନେ ଉପସ୍ଥିତ ଥିଲେ । ସେ ସୁବର୍ଣ୍ଣପୁର ଜିଲ୍ଲାର ପୋଲିସ ବିଭାଗ ଅପରାଧ ଶାଖାର ହେଡ୍‌ ମୁହୁରୀର ଭାବେ କାର୍ୟ୍ୟରତ ଥିଲେ ।

jay balangir
Leave A Reply

Your email address will not be published.

five + nineteen =