ଜବତ ହେଲା ବିପୁଳ ପରିମାଣର ବନ୍ଧୁକ, ଗୁଳି ଏବଂ ମାଓ ସାମଗ୍ରୀ

ନୂଆପଡ଼ା : ବିପୁଳ ପରିମାଣର ବନ୍ଧୁକ, ଗୁଳି ଏବଂ ମାଓ ସାମଗ୍ରୀ ଛତିଶଗଡ଼ ପୁଲିସ ଜବତ କରିଥିବା ଜରାପନିଛି । ଗୁପ୍ତ ସୂଚନାଚୁ ଆଧାରରେ ଗତକାଲି ଭୈଁସାଦନୀର ସିଆରପିଏଫ୍ ଯବାନମାନେ ମାଓ ଶିବିର ଉପରେ ଚଢଉ କରି ବିପୁଳ ପରିମାଣର ବନ୍ଧୁକ ଏବଂ ଗୁଳି ଜବତ କରିଥିବା ବେଳେ ମାଓ ସାମଗ୍ରୀ ବି ଉଦ୍ଧାର କରିଥିବା ବେଳେ କମାଣ୍ଡାଣ୍ଟ ଉଷା ସିଂହଙ୍କ ତତ୍ତ୍ବାବଧାନରେ ଏବଂ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଅମୃତ ସିଂହଙ୍କ ନେତୃତ୍ୱରେ ଭୈଁସାମୁଣ୍ଡି ଗ୍ରାମର ଜଙ୍ଗଲରେ ଥିବା ମାଓ ଶିବର ଉପରେ ଚଢଉ କରାଯାଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ସିଆରପିଏଫ୍ ଯବାନମାନଙ୍କୁ ଦେଖି ମାଓବାଦୀ ଫେରାର୍‌ ମାରିଥିଲେ । ଘଟଣାସ୍ଥଳରୁ ବିପୁଳ ପରିମାଣର ଗୁଳି ଓ ମାଓ ସାମଗ୍ରୀ ଜବତ କରାଯାଇଥିଲା । ଜବତ ମାଓ ସାମଗ୍ରୀ ମଧ୍ୟରେ ୫ଟି ରାଇଫଲ, ଗୋଟିଏ ପିସ୍ତଲ, ୩୩ଟି ଡିଟୋନେଟର, ୨୫୦ ମିଟର ବିଦ୍ୟୁତ ତାର , ୩ଟି ରାଇଫଲ ବ୍ୟାରେଲ, ରୋଷେଇ ସାମଗ୍ରୀ ଓ ଖାଦ୍ୟ ପଦାର୍ଥ ଥିବା କୁହାଯାଇଛି ।

Leave A Reply

Your email address will not be published.