କମେଡିଆନ୍‌ ଯୋଡ଼ି ଏନସିବି ଜାଲରେ : ଗତକାଲି ଭାରତୀ, ଆଜି ତାଙ୍କ ସ୍ୱାମୀ ହର୍ଷ ହେଲେ ଗିରଫ

ମୁମ୍ବାଇ : ଡ଼୍ରଗସ ମାମଲାରେ ସିନେମା ଜଗତର ଅନେକ ଅଭିନେତା ଅଭିନେତ୍ରୀ ଛ‌ନ୍ଦି ହୋଇ ପଡ଼ିଛ‌ନ୍ତି । ଏହି କ୍ରମରେ କମେଡ଼ିଆନ୍ ଭାରତୀ ସିଂ ଗତକାଲି ଗିରଫ୍‌ ହୋଇଥିବା ବେଳେ ଆଜି ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ଗିରଫ କରିଛି ଏନସିବି । ଏନସିବିର ଜୋନାଲ ଡ଼ାରେକ୍ଟର ଏ ସଂପର୍କରେ ସୁଚନା ଦେଇଛନ୍ତି । ଆଜି ଭାରତୀ ଏବଂ ହର୍ଷଙ୍କ ମେଡ଼ିକାଲ ପରୀକ୍ଷଣ କରାଯିବାକୁ ଥିବା ବେଳେ ଏଥିପାଇଁ ଏନସିବି ଟିମ୍ ତାଙ୍କୁ ମେଡ଼ିକାଲ ନେଇଛନ୍ତି । ଏମାନଙ୍କ ସହିତ ଦୁଇଜଣ ଡ଼୍ରଗ୍ସ ପେଡ଼ଲରଙ୍କୁ ମଧ୍ୟ ମେଡ଼ିକାଲ ଯାଂଚ ପାଇଁ ନିଆଯାଇଛି । ସୂଚନା ଅନୁସାରେ ଭାରତୀ ଏବଂ ହର୍ଷଙ୍କ ଘରେ ଗତକାଲି ଏନସିବି ଚଢଉ କରି ତାଙ୍କ ଘରୁ ଗଂଜେଇ ଜବତ କରିଥିଲା । ଏନସିବି ଅଧିକାରୀଙ୍କ ପଚରା ଉଚରା ବେଳେ ଭାରତୀ ଏବଂ ହର୍ଷ ଗଂଜେଇ ନେଉଥିବା ନେଇ ସ୍ୱୀକାର କରିଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.