ls

ରେଳ ଧାରଣା ପାର୍ଶ୍ଵରୁ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର

2020

ଖଲ୍ଲିକୋଟ : ରେଳ ଧାରଣା ପାର୍ଶ୍ଵରୁ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ସୂଚନାଯୋଗ୍ୟ ଯେ, ପୂର୍ବାହ୍ନ ୧୧ଟା ସମୟରେ ରମ୍ଭା ଓ ବିରୁଳି ଗଡ ମଧ୍ୟ ଦେଇ ଯାଇଥିବା ରେଳ ଧାରଣା ପାର୍ଶ୍ଵରୁ ଜଣେ ଯୁବତୀଙ୍କ ଗଳିତ ମୃତଦେହ ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର କରାଯାଇଛି । ଯୁବତୀ ଜଣକ ବିରୁଳି ଗଡ଼ ନିକଟସ୍ତ ପଣସ ଢିଅର ବୋଲି ଜଣାପଡିଛି । ଯୁବତୀ ଜଣକ ଯୁକ୍ତ ୨ ଛାତ୍ରୀ ଥିଲେ । ମୃତ ଯୁବତୀଙ୍କର ଆଂଶିକ ମାନସିକ ବିକୃତ ଥିଲା । ସକାଳେ କୌଣସି ଏକ ଦ୍ରୁତଗାମୀ ରେଳ ଗାଡ଼ି ତାଙ୍କୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

Leave A Reply

Your email address will not be published.