pakka

ସାଧାରଣ ଜନତା ଓ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେଲା ଦିଲ୍ଲୀ ଲାଲ କିଲ୍ଲା

bbehera

ନୂଆଦିଲ୍ଲୀ : ଗତ ୨୬ ତାରିଖରେ ହୋଇଥିବା କୃଷକ‌ଙ୍କ ଉପଦ୍ରବ ପରେ ଆର୍କିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ (ଏଏସଆଇ) ତରଫରୁ ସାଧାରଣ ଜନତା ଓ ପର୍ଯ୍ୟଟକଙ୍କ ପାଇଁ ଗତକାଲି ଠାରୁ ଅର୍ଥାତ ଜାନୁଆରୀ ୨୭ ତାରିଖରୁ ୩୧ ତାରିଖ ପର୍ଯ୍ୟ‌ନ୍ତ ବ‌ନ୍ଦ ହେଲା ଦିଲ୍ଲୀ ଲାଲ କିଲ୍ଲା । ଲାଲ କିଲ୍ଲା ଦେଖରେଖ କରୁଥିବା ଆର୍କିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ଡିଜିଙ୍କ ଅନୁମତି ପରେ ନିର୍ଦ୍ଦେଶକ ଅରବିନ୍ଦ ମଞ୍ଜୁଳ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ସମୟରେ କୃଷକମାନେ ଲାଲ କିଲ୍ଲାରେ ନିଜ ଧାର୍ମିକ ଧ୍ୱଜା ଲଗାଇବା ସହ ଲାଲ କିଲ୍ଲାରେ ନାନା ଭଙ୍ଗାରୁଜା ମଧ୍ୟ କରିଛନ୍ତି । ଯାହାଫଳରେ ସ୍ମାରକର ଅନେକ କ୍ଷୟକ୍ଷତି ହୋଇଛି । ହିଂସା ଘଟଣାରେ ହୋଇଥିବା କ୍ଷୟକ୍ଷତି ପରେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ପଟେଲ ଲାଲ କିଲ୍ଲାର ନିରୀକ୍ଷଣ ପାଇଁ ପହଞ୍ଚିଥିଲେ । ମରାମତି କାମ ଜାରି ରହିଛି ।

jay balangir
Leave A Reply

Your email address will not be published.

three − one =