୨ ଟ୍ରକ ସହିତ ୫୦ ଟନ୍ ଚୋରା ଲୁହାପଥର ଜବତ, ୫ ଜଣ ଗିରଫ

ଯୋଡା : ଯୋଡା ଖଣି କ୍ଷେତ୍ରରେ ଖଣିଜ ଚୋରା କାରବାର ଦିନକୁ ଦିନ ବଢିବାରେ ଲାଗିଛି । ବାରମ୍ବାର ବିଭିନ୍ନ ସ୍ଥାନରୁ ଚୋରା ଲୁହାପଥର ଏବଂ ମାଙ୍ଗାନିଜ ଜବତ ହେଉଥିଲେ ମଧ୍ୟ ଏହାକୁ ରୋକିବାରେ ପୁଲିସ, ଜଙ୍ଗଲ ବିଭାଗ ଏବଂ ଖଣି ବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ନିକଟରେ କ୍ରମାଗତ ଭାବେ ୬ଥର ଚଢାଉରେ ବିପୁଳ ପରିମାଣରେ ମାଙ୍ଗାନିଜ ଜବତ ହୋଇଥିବା ବେଳେ ଆଉ ୨ଟି ଲୁହାପଥର ଗୁଣ୍ଡ ବୋଝେଇ ଟ୍ରକକୁ ଜବତ କରାଯାଇଛି । ବାଂଶପାଣିସ୍ଥିତ ଏକ ପୁରୁଣା କ୍ରସରରେ ଏହି ଟ୍ରକ ନଂ. ଡବ୍ଲୁବି-୧୧ସି-୫୦୯୦, ଡବ୍ଲୁବି-୨୫ଜେ-୭୭୩୫ଟିରେ ପ୍ରାୟ ୫୦ଟନରୁ ଉର୍ଦ୍ଧ୍ୱ ଚୋରା ଲୁହାପଥର ଗୁଣ୍ଡ ବୋଝେଇ ହୋଉଥିବା ନେଇ ଯୋଡାରେ ଚର୍ଚ୍ଚା ହେବା ପରେ ଯୋଡା ପୁଲିସ ଘଟଣା ସ୍ଥଳରେ ଚଢାଉ କରି ୨ଟି ଲୁହାପଥର ଗୁଣ୍ଡ ବୋଝେଇ ଟ୍ରକକୁ ଜବତ କରିଛି । ଏହି ଟ୍ରକର ଡ୍ରାଇଭର ପଶ୍ଚିମବଙ୍ଗ ଦକ୍ଷୀଣପ୍ରଗଣା ଅଞ୍ଚଳର ରତନ ସର୍ଦ୍ଦାର ଏବଂ ସୁକୁମାର କର୍ମକାର ବୋଲି ଜଣାପଡିଛି । ସେହିପରି ଆଉଏକ ଟ୍ରକର ଡ୍ରାଇଭର ପଶ୍ଚିମବଙ୍ଗ ଉତ୍ତରପ୍ରଗଣାର ହୁସେନ ଅଲ୍ଲୀ ଗାଜୀ ଏବଂ ସେକ୍ ମାସୁଦ୍ଦିନକୁ ପୁଲିସ ଗିରଫ କରିଛି । ଏମାନଙ୍କ ସହିତ ଏହି ଚୋରାକାରବାର ମାଷ୍ଟରମାଇଣ୍ଡ କୁହାଯାଉଥିବା ସୁଶାନ୍ତ କୁମାର ଜେନାକୁ ମଧ୍ୟ ପୁଲିସ ଗିରଫ କରିଛି । ସୁଶାନ୍ତଙ୍କ ଘର ଝାରଖଣ୍ଡ ରାଜ୍ୟ ପଶ୍ଚିମ ସିଙ୍ଗଭୂମର ନନ୍ଦିପଡା ଗ୍ରାମରେ ବୋଲି ଜଣାପଡିଛି ।

Leave A Reply

Your email address will not be published.

1 + six =