csstore

ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୩୦୩୧ ନୂଆ ଆକ୍ରାନ୍ତ ଚିହ୍ନଟ : ଖୋର୍ଦ୍ଧାରୁ ୩୮୧

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୩୦୩୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୩୬୬୩୩କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୭୩୮ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୨୯୩ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୨୧, ବାଲେଶ୍ୱରରୁ ୨୯୦, ବରଗଡ଼ରୁ ୩୯, ଭଦ୍ରକରୁ ୧୩୫, ବଲାଙ୍ଗିରରୁ ୩୦, ବୌଦ୍ଧରୁ ୪୦, କଟକରୁ ୨୯୫, ଦେବଗଡ଼ରୁ ୧୧, ଢେ଼ଙ୍କାନାଳରୁ ୯୦, ଗଜପତିରୁ ୨୫, ଗଂଜାମରୁ ୨୬, ଜଗତସିଂହପୁରରୁ ୧୦୭, ଯାଜପୁରରୁ ୨୨୬, ଝାରସୁଗୁଡ଼ାରୁ ୧୭, କଳାହାଣ୍ଡିରୁ ୩୯, କନ୍ଧମାଳରୁ ୩୮, କେନ୍ଦ୍ରାପଡ଼ାରୁ ୧୧୮, କେଉଁଝରରୁ ୬୮, ଖୋର୍ଦ୍ଧାରୁ ୩୮୧, କୋରାପୁଟରୁ ୬୮, ମାଲକାନଗିରିରୁ ୪୩, ମୟୁରଭଂଜରୁ ୧୬୭, ନବରଂଗପୁରରୁ ୬୩, ନୟାଗଡ଼ରୁ ୧୪୦, ନୂଆପଡ଼ାରୁ ୨୦, ପୁରୀରୁ ୧୮୦, ରାୟଗଡ଼ାରୁ ୪୪, ସମ୍ବଲପୁରରୁ ୩୦, ସୋନପୁରରୁ ୨୨, ସୁନ୍ଦରଗଡ଼ରୁ ୮୦ ଓ ଷ୍ଟେଟ ପୁଲ୍‌ରୁ ୭୮ ଚିହ୍ନଟ ହୋଇଛନ୍ତି ।

jayashree
Leave A Reply

Your email address will not be published.