jayashree

କନ୍ଧପାଲିପଡ଼ାରେ ମା’ ଗଜଲକ୍ଷ୍ମୀଙ୍କ ପୂଜା, ଉତ୍ସବ ମୁଖର ପରିବେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର କନ୍ଧପାଲିପଡ଼ାରେ ଧୁମ୍‌ଧାମ୍‌ରେ ପାଳିତ ହୋଇଛି ମା’ ଗଜଲକ୍ଷ୍ମୀଙ୍କ ପୂଜା । ପଡ଼ାବାସୀଙ୍କ ପକ୍ଷରୁ ବେଶ୍ ଆଡ଼ମ୍ବରପୂର୍ଣ୍ଣ ଭାବେ ମା’ଙ୍କ ପୂଜାର୍ଚ୍ଚନା କରାଯାଉଛି । ବନ୍ଧ ମଧ୍ୟରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ଆୟୋଜିତ ହୋଇଥିବାରୁ ଏହାର ପରିବେଶ ଆକର୍ଷଣୀୟ ହୋଇଛି । ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି । ଭକ୍ତି ଓ ଆଧ୍ୟାତ୍ମିକ ଭାବନାରେ ଭରିଯାଇଛି ପୂଜାମଣ୍ଡପ । ପଡ଼ାବାସୀଙ୍କ ସାମୂହିକ ଉଦ୍ୟମରେ ଆୟୋଜିତ ଏହି ପୂଜା ଅଞ୍ଚଳରେ ଉତ୍ସବର ମାହୋଲ ସୃଷ୍ଟି କରିଛି ।

Leave A Reply

Your email address will not be published.