jayashree

ସରିଲା କାନ୍ଦୁଲ ବୁଢ଼ା ଯାତ୍ରା : ଲୋକଙ୍କ ଗୁହାରୀ ଶୁଣି ଜାଡେନ ନାଚିଲେ ଦେବୀ

  • ପୋଢ ରକ୍ତରେ ଲାଲ ହେଲା ପୀଠ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ଧଣ୍ଡାମାଲ ପଞ୍ଚାୟତର ଡଙ୍ଗରପଡ଼ା ଓ ଅନ୍ତର୍ଲା ମଝିରେ ଅନୁଷ୍ଠିତ ହୋଇଥିବା କନ୍ଦୁଲ ଯାତ୍ରା ମଙ୍ଗଳବାର ୧ଟା ସମୟରେ ଉଦ୍‌ଯାପିତ ହୋଇଯାଇଛି । ଗତ ୩ଦିନ ଧରି ଅର୍ଥାତ ଦେଓଗାଁ ବ୍ଲକର ୫ଟି ପଞ୍ଚାୟତ ଯଥା ବନ୍ଧପଡ଼ା, ଧଣ୍ଡାମାଲ, ସିଂହାମୁଣ୍ଡା, ବ୍ରାହ୍ମଣୀଜୋରର ପଞ୍ଚାୟତର ୧୮ଟି ଗାଁ ଯଥା ଅନ୍ତର୍ଲା, ଡଙ୍ଗରପଡ଼ା, ଧଣ୍ଡାମାଲ, ବିଲାଶପୁର, ପିପଲପଦର, ବନ୍ଧପଡ଼ା, ଘାଟୁଲଡୁଙ୍ଗୁରୀ, ଘାଟୁଲ, ସିଂହମୁଣ୍ଡା, ବୁଢ଼ାବାହାଲ, ଟେପ୍ରେନ, ସିଆଲଜୋର, ତାଳପାଲି, ବ୍ରହ୍ମଣୀଜୋର, ଛତାପିପଲ, ଫପସି, ସନ୍ଧିଜୋରର ଗୌନ୍ତିଆ, ମେମ୍ବରମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ଯାତ୍ରାରେ କେବଳ ଯେ, ଦେଓଗାଁ ବ୍ଲକ କି ବଲାଙ୍ଗିର ଜିଳ୍ଲା ନୁହେଁ ପଡ଼ୋଶୀ ଜିଳ୍ଲାରୁ ମଧ୍ୟ ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ନିଜର ମନସ୍କାମନା ପୂରଣ ହୋଇଥିବା ଶ୍ରଦ୍ଧାଳୁମାନେ କାନ୍ଦୁଲବୁଢ଼ା ଦେବୀଙ୍କ ପାଇଁ ନଡ଼ିଆ ଠାରୁ ଆରମ୍ଭ କରି ବୋଦା ମଧ୍ୟ ଆଣି ଦେଉଥିବା ଦେଖିବାକୁ ମିଳିଥିଲା । ଏହି ଯାତ୍ରାଟି ଜରାସିଂହା ପାଟଖଣ୍ଡା ଯାତ୍ରା ସହ ଜଡ଼ିତ । ଜରାସିଂହା ପାଟଖଣ୍ଡା ଯାତ୍ରାରୁ କାନ୍ଦୁଲବୁଢ଼ା ଯାତ୍ରା ପାଇଁ ପାଟସିନ୍ଦୁର ଆଣିବା ପରେ ଏହି ଯାତ୍ରାଟି ପାରମ୍ପାରିକ ରିତୀନିତୀ ଅନୁସାରେ ଆରମ୍ଭ ହୋଇଥାଏ । ଗତ ଶନିବାର ରାତିରେ ଉଲ୍‌ଗନ୍‌ ହୋଇଥିବା ବେଳେ ରବିବାର ରାତିରୁ ଯାତ୍ରା ଖଳାରେ ପୂଜା ଆରମ୍ଭ ହୋଇଥିଲା । ଗତ ଦୁଇ ଦିନ ହେଲା ରାତିରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମରେ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ମଙ୍ଗଳବାର ଦିନ ପ୍ରାୟ ୩ଟା ସମୟରେ ଉଦ୍‌ଯାପିତ ହୋଇଯାଇଛି । ପ୍ରତିବର୍ଷ ଦଶହରା ପୂର୍ଣ୍ଣମୀ ଓ ପ୍ରତିପଦା ତିଥିରେ ଏହି ଯାତ୍ରା ଆରମ୍ଭ ହୋଇଥାଏ । ଏହି ଯାତ୍ରାର ବିଶେଷ ମହତ୍ୱ ହେଲା ଯାତ୍ରା ଆରମ୍ଭରୁ କଦଳୀ, ବେଲପତ୍ର ଓ ନଡ଼ିଆ ଭୋଗ ଲାଗିଥିବା ବେଳେ ଉଦ୍‌ଯାପନୀ ତିଥି ବା ପ୍ରତିପଦାରେ ବୋଦା, ମେଣ୍ଢା, କୁକୁଡ଼ା ଏପରି କି ପୋଢ଼ ବଳି ଲାଗିଥାଏ । ମନସ୍କାମନା ପୂରଣ ହୋଇଥିବା ଭକ୍ତମାନେ ଆସି ଏଠାରେ ବଳି ପ୍ରଦାନ କରିଥାନ୍ତି । ତେବେ ଦେହେରୀମାନେ ପାରମ୍ପାରିକ ରିତୀନିତୀରେ ବଜାର ତାଳେ ତାଳେ ଅସ୍ତ୍ର, ଶସ୍ତ୍ର ଧରି ନାଚିବା ପରେ କାନ୍ଦୁଲବୁଢ଼ା ଦେବୀ ଯାତ୍ରା ପଡ଼ିଆରେ ଥିବା କାନ୍ଦୁଲ ଖୁଣ୍ଟରେ ଚଢ଼ି ନୃତ୍ୟ କରୁଥିବା ଦୃଶ୍ୟକୁ ଶ୍ରଦ୍ଧାଳୁମାନେ ମନଭରି ଉପଭୋଗ କରିଥିଲେ । ଅନ୍ୟପକ୍ଷରେ ଦେଓଗାଁ ବ୍ଲକର ପଶ୍ଚିମାଞ୍ଚଳରେ ଏହି ଐତିହାସିକ ଯାତ୍ରା ହୋଇ ଆସୁଥିବାରୁ ଲୋକଙ୍କ ଆନନ୍ଦ ଉଦ୍ଧିପନା ବେଶ ଯାତ୍ରାର ବହୁ ପୂର୍ବରୁ ଦେଖାଯାଇଥାଏ । ଦୀର୍ଘ ୩ ଦିନ ଧରି ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ହୋଇଥିବା ଏହି ଯାତ୍ରାକୁ ଦେଓଗାଁ ପୁଲିସ ପ୍ରସାଶନ ସହଯୋଗରେ ବେଶ ଶାନ୍ତି ଶୃଙ୍ଖଳାରେ ଅନୁଷ୍ଠିତ ହୋଇଥିଲା । ୪ ବର୍ଷ ହେଲା ଶୀବା ପ୍ରଧାନୀ କାନ୍ଦୁଲବୁଢ଼ାର ବରୁଆ ଦାୟିତ୍ୱ ନେଇଥିବା ବେଳେ, ସମସ୍ତ ଦେହେରୀ ଠାରୁ ମୁଖ୍ୟ ଦେହେରୀ ତଥା ବଡ଼ ମଲ୍ଲିକ ଭାବେ ଟେପ୍ରେନ ଗାଁର ବାସୁଦେବ ସିଂନିନା, ଛତ୍ରିଆ ବୁଦ୍ଦଦେବ ପ୍ରଧାନୀ, ପୂଜକ ଚନ୍ଦ୍ର ପ୍ରଧାନୀ, ଚକ୍ରାନନ୍ଦ ବଗର୍ତ୍ତି, ବନ୍ଧପଡ଼ା ଗୌନ୍ତିଆ ସଦାନନ୍ଦ ସିଂନିନା, ଗୌର ବାଗ, ହରି ବଗର୍ତ୍ତୀ, ଅନୁରୁଦ୍ଧ ଭୂଏ ଦେହେରୀ ଭାବରେ କାର୍ଯ୍ୟ କରଥାନ୍ତି । ଏହି ଯାତ୍ରା ୧୮ଟି ଗାଁର ଗୌନ୍ତିଆ, ଝାଙ୍କରଙ୍କ ସହ ଜନସାଧାରଣଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥାଏ ।

Leave A Reply

Your email address will not be published.