jayashree

ସମଲେଇ ମନ୍ଦିରରେ ହୁଳହୁଳି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା

  • ପିପି ଏକାଡେମୀରେ କବିତା ଆସର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୧ ନଭେମ୍ବର ବଲାଙ୍ଗିର ଦିନ୍ ଉଧେ ମା’ ସମଲେଶ୍ଵରୀ ମନ୍ଦିର ପରିସରରେ ମା’ ସମଲେଶ୍ଵରୀ ମନ୍ଦିର ଆଳତି କମିଟି ପକ୍ଷରୁ ହୁଳହୁଳି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା ଆୟୋଜନ ହୋଇଥିଲା । କାର୍ଯ୍ୟ କ୍ରମରେ ଶଙ୍ଖଫୁଙ୍କାରେ ୨୫ ଜଣ ଓ ହୁଳହୁଳିରେ ୨୫ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ବଲାଙ୍ଗିର ପୌରପାଳିକା ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ବଲାଙ୍ଗିର ଦିନ ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀ, ସଂପାଦକ ଲୋଟସ ଷଡ଼ଙ୍ଗୀ, ପ୍ରତାପ ଚନ୍ଦ୍ର ରଥ, ସାଗରିକା ଗୁରୁ, ସୋମନାଥ ମିଶ୍ର, ଶ୍ରାବଣୀ ମେହେର,ସଙ୍ଗୀତା ଦାସ, ସ୍ନିଗ୍ଧାମୟୀ ମିଶ୍ର, ମିଲି ବାରିକ ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଚାରକ ମଣ୍ଡଳୀ ଭାବରେ ମା’ ସମଲେଶ୍ଵରୀ ମନ୍ଦିରର ମୁଖ୍ୟପୂଜକ ଟଙ୍କଧର ଦିଶ୍ରୀ(ଅକ୍ଷୟ) ଏବଂ ମାହେଶ୍ୱରୀ ମନ୍ଦିର ପୂଜକ ଦୁର୍ଗା ଚରଣ ପ୍ରସାଦ ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ମା’ ସମଲେଶ୍ଵରୀ ମନ୍ଦିର ଆଳତି କମିଟିର ସଭାପତି ବିକାଶ ସା ପରିଚାଳନା କରିଥିଲେ ଏବଂ ମା’ ସମଲେଶ୍ଵରୀ ମନ୍ଦିର ଆଳତି କମିଟିର ଲିକୁନ ପାତ୍ର, ହରିଓମ୍‌ ପଟେଲ, ରାମ ନାରାୟଣ ସାହୁ, ଶିବୁ ପାତ୍ର, କରନ ତାଣ୍ଡି, ସୌମ୍ୟରଞ୍ଜନ ବାଗ, ଦେବବ୍ରତ ଦିପ, ପ୍ରିୟାଂଶ ସାହୁ, ଆନନ୍ଦ ସାହୁ, ସଂଗ୍ରାମ ବିଶ୍ଵାଳ, ନିଶିକାନ୍ତ ସିଂ ଧାରୁଆ, ବିଶ୍ୱଜିତ ହୋତା, ମୁକେଶ ଭୋଇ, ପ୍ରେମ ରଞ୍ଜନ ରଥ ଏବଂ ସମସ୍ତ ଭକ୍ତବୃନ୍ଦ ଉପସ୍ଥିତ ଥିଲେ ଆଉ କାର୍ଯ୍ୟକ୍ରମକୁ ବହୁ ମାତ୍ରାରେ ସଫଳ କରିଥିଲେ । ଠିକ୍ ସେହିପରି ସ୍ଥାନୀୟ ପିପି ଏକାଡେମୀ ହାଇସ୍କୁଲ ଠାରେ ଓଡ଼ିଆ ସାହିତ୍ୟ ସେବା ଓ ସୁରକ୍ଷା ପକ୍ଷ୍ୟରୁ ରଶ୍ମିତା ପାତ୍ରଙ୍କ ସଂଯୋଜନାରେ ବହୁଭାଷୀ କବିତା ଆସର ହୋଇଥିଲା । ଏଥିରେ ପୌରାଧ୍ୟକ୍ଷା ଲିକା ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ଦିଲୀପ ପୁରୋହିତ ପ୍ରାରମ୍ଭିକ ଅଭିଭାଷଣ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଆୟୋଜକ କମିଟିର ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀ, କିଶୋର କୁମାର ରଥ, ବିଧୁଭୂଷଣ ତ୍ରିପାଠୀ ପ୍ରମୁଖ ମଞ୍ଚାସୀନ ଥିଲେ । ସରସ୍ଵତୀ ନନ୍ଦ, କପିଳେଶ୍ଵର ଖମାରି, କବି ଭାଗିରଥୀ ମିଶ୍ର, ସନ୍ଦୀପ କୁଅଁର ବିଚାରକ ଭାବରେ ଯୋଗ ଦେଇଥିଲେ । ଏଥିରେ ପ୍ରାୟ ୭୦ ଜଣ କବି ଓ କବୟିତ୍ରୀଗଣ ସ୍ୱରଚିତ କବିତା ପାଠ କରିଥିଲେ ।

Leave A Reply

Your email address will not be published.