csstore

ମମିତା ହତ୍ୟା ଘଟଣା ଅଭିଯୁକ୍ତ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ମନ୍ତ୍ରୀଙ୍କ ଇସ୍ତଫା ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ନୂଆପଡା, (ନିରାକାର ମେହେର) : କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ମହାଲିଙ୍ଗ ସନସାଇନ୍ ପ୍ଲବିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣାରେ ରାଜ୍ୟ ସରକାର ସଂପୂର୍ଣ୍ଣ ଉଦାସୀନ । ଏହି ଘଟଣାରେ ସ୍କୁଲର ସଭାପତି ଗୋବିନ୍ଦ ସାହୁ ପୋଲିସ ହେପାଜତରୁ ଫେରାର ହେବା ଓ ପୁଣି ଗିରଫ ହେବା, ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସଂପୃକ୍ତି ଏହି ଘଟଣାକୁ ସନ୍ଦେହ ଘେରକୁ ଟାଣିନେଇଛି । ଏ ସଂପର୍କରେ ବୁଧବାର ଖଡ଼ିଆଳ ବ୍ଳକ କଂଗ୍ରେସ କମିଟି ପକ୍ଷରୁ ବ୍ଳକ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ହିରାଧର ମେହେର, ବିଧାନସଭା ଯୁବ କଂଗ୍ରେସ ସଭାପତି ଚନ୍ଦ୍ରଶେଖର ତାଣ୍ଡି, ଛାତ୍ର କଂଗ୍ରେସ ସଭାପତି ଅମିତାଭ ପଟେଲ, ରାଜ୍ୟ ଛାତ୍ର କଂଗ୍ରେସ ସମ୍ପାଦକ ହାର୍ଦିକ ମହାପାତ୍ର, ଯୁବ କଂଗ୍ରେସ ମୁଖପାତ୍ର ବିଭୂଦତ୍ତ ଯୋଶୀ, ନଗର ଯୁବ କଂଗ୍ରେସ ସଭାପତି ପଞ୍ଚାନନ ସେଠୀ, ସାନ ଜଗତ, ଚନ୍ଦ୍ରଧ୍ୱଜ ବେହେରା, ଲକ୍ଷ୍ମୀକାନ୍ତ ବନଛୋର, ପବନ ତ୍ରିବେଦି, ରାହୁଲ ଯାଦବ, ହେମସାଗର ନାଗ ଆଦି ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.