ବିଜେଡ଼ି ପକ୍ଷରୁ ଜନ ସଚେତନତା କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ଅର୍ଜୁନ ହଂସ) : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆଜି ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ କୁମାର ଯୋଶୀଙ୍କ ନେତ୍ତୃତ୍ୱ ରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଂଚାୟତର ବରତୁଣ୍ଡା ଓ ବିରିପାଲି ପଞ୍ଚାୟତର ବିରିପାଲି ଓ ବେଡାପରା ଗ୍ରାମରେ ଜନସଚେତନତା କାର୍ୟ୍ୟକ୍ରମ ଏବଂ ମାସ୍କ ବଣ୍ଟନ, ସାବୁନ ବଣ୍ଟନ କରିବା ସହିତ ଲୋକମାନଙ୍କୁ ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ପିନ୍ଧିବା, ସାବୁନରେ ହାତ ଧୋଇବା ସମ୍ପର୍କରେ ଲୋକମାନଙ୍କୁ ବୁଝା ଯାଇଥିଲେ । ଏଥିରେ ହୃଷିକେଶ ପୁଟେଲ, ଦୁର୍ଦ୍ଦକ୍ଷ ହଂସ, ଭିକାରୀ ଯାନୀ, ବିନୋଦ ବେହେରା, ଯୋଗେଶ୍ୱର ବେହେରା, ତିରୁପତି ବେହେରା, ଧର୍ମେନ୍ଦ୍ର ବେହେରାଙ୍କ ସହ ବହୁ ବିଜେଡି କର୍ମୀମାନେ ସାମିଲ ହୋଇଥିଲେ ।

Leave A Reply

Your email address will not be published.