ଇଣ୍ଟର ସ୍କୁଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୪ : ବଲାଙ୍ଗିର ଗ୍ରୀନ୍‌ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାନ୍ଧୀ ଷ୍ଟାଡିୟମଠାରେ ଓଡିଶା କ୍ରିକେଟ ଏସୋସିଏସନ୍‌ ଓ ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଇଣ୍ଟର ସ୍କୁଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଆଜିର ଏହି ଉଦ୍‌ଘାଟନୀ ମ୍ୟାଚ୍‌ ବଲାଙ୍ଗିର ଗ୍ରୀନ୍‌ ଦଳ ଟସ୍‌ ଜିଣି ପ୍ରଥମେ ବଲାଙ୍ଗିର ବ୍ଲୁ ଦଳକୁ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଥିଲେ । ବଲାଙ୍ଗିର ବ୍ଲୁ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୩୫ ଓଭର୍‌ରେ ୯ ୱିକେଟ୍‌ ବିନିମୟରେ ୧୩୬ ରନ୍‌ ସଂଗ୍ରହ କରିଥିଲେ । ବଲାଙ୍ଗିର ବ୍ଲୁ ଦଳ ତରଫରୁ ଅଖିଳ ଦାଶ ୨୭ ରନ୍‌, ଶ୍ରୀୟାଂଶ ଠାକୁର ୨୧ ରନ୍‌ ଓ ଓମ୍‌ ମାଝି ୨୧ ରନ୍‌ ସଂଗ୍ରହ କରିଥିଲେ । ବଲାଙ୍ଗିର ଗ୍ରୀନ୍‌ ଦଳ ତରଫରୁ ସୋହନ ସୁନା ଓ ଅଭିଷେକ ନାଏକ ୨ଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ । ୧୩୭ ରନ୍‌ର ବିଜୟ ଲକ୍ଷ୍ୟକୁ ନେଇ ପଡିଆକୁ ଓହ୍ଲାଇଥିବା ବଲାଙ୍ଗିର ଗ୍ରୀନ୍‌ ଦଳ ୨୦.୪ ଓଭର୍‌ରେ ୫ ୱିକେଟ୍‌ ବିନିମୟରେ ଆବଶ୍ୟକ ୧୩୭ ରନ୍‌ ସଂଗ୍ରହଣ କରି ବିଜୟୀ ହୋଇଥିଲେ । ବଲାଙ୍ଗିର ଗ୍ରୀନ୍‌ ଦଳ ତରଫରୁ ସୋହନ ସୁନା ୨୩ ରନ୍‌, ଅଂଶୁମାନ ସାହୁ ଅପରାଜିତ ୩୨ ରନ୍‌ ଓ ଟିଜେ ରାଓ ଅପରାଜିତ ୧୩ ରନ୍‌ ସଂଗ୍ରହ କରିଥିଲେ । ଆଜିର ଏହି ମ୍ୟାଚ୍‌କୁ ରାଜେନ୍ଦ୍ର ସେଠ ଓ ମୁକେଶ ସ୍ୱାଇଁ ପରିଚାଳନା କରିଥିବା ବେଳେ ଜଗପତି ନାଏକ ଓ ସ୍ୱାଗତ ଶୁଭଙ୍କର ସ୍କୋରର୍‌ ଦାୟିତ୍ୱ ତୁଳାଇଥିଲେ । ଆଜିର ଏହି ଉଦ୍‌ଘାଟନୀ ଉତ୍ସବରେ କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଶ୍ରୀକର ମିଶ୍ର, ସାଧାରଣ ସଂପାଦକ ହରି ନାରାୟଣ ପୁଜାରୀ, ସହ-ସଂପାଦକ ଶତୃଘନ ସିଂହ ଓ କାର୍ଯ୍ୟକାରି ସଦସ୍ୟ ଜୟରାମ ମିଶ୍ର, କୋଚ ଅରୁଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

3 × 1 =