csstore

ବୃହତ୍‌କାୟ ବଣ ଭୂଆଁ ଉଦ୍ଧାର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସାଊରିଆ ଗ୍ରାମର ସୁରେନ୍ଦ୍ର ପାଟ୍ଟଶାଣୀଙ୍କ କୁକୁଡ଼ା ଫାର୍ମରୁ ଏକ ବୃହତ୍‌କାୟ ବଣ ଭୂଆଁକୁ ସ୍ଥାନୀୟ ଜଙ୍ଗଲ ବିଭାଗର କର୍ମଚାରୀ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପରେ ଜଙ୍ଗଲରେ ଛାଡି ଦିଆଯାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଗତ ମଙ୍ଗଳବାର ରାତିରେ ବଣ ଭୂଆଁଟି କୁକୁଡ଼ା ଫାର୍ମକୁ କୁକୁଡ଼ା ଶିକାର କରିବାକୁ ଆସି ପଥର ସନ୍ଧି ମଧ୍ୟରେ ଫସି ଯାଇଥିଲା, ଯାହା ଫଳରେ ସେ ବାହରକୁ ବାହାରିବା ସମ୍ଭବ ହେଉନଥିଲା । ଏହା ବଣ ଭୂଆଁଠାରୁ ଆକାରରେ ବୃହତ୍‌କାୟ ହେଇଥିବାରୁ ଏହାକୁ ବାଘେଟା ବୋଲି ପ୍ରଚାର ହୋଇଥିଲା । ଏହାକୁ ଦେଖିବା ପାଇଁ ବହୁ ଲୋକଙ୍କ ଭିଡ ଲାଗିଥିଲା । ଖବର ପାଇ ସ୍ଥାନୀୟ ବନାଞ୍ଚଳ ଅଧିକାରୀ ଶରତ ଚନ୍ଦ୍ର ଯାନୀ, ଫରେଷ୍ଟର ପୂର୍ଣ୍ଣ ଚନ୍ଦ୍ର ବେହେରା, ଗାର୍ଡ ଶର୍ମିଷ୍ଠା ନନ୍ଦ, ପ୍ରଭାକର ଦଳେଇ, ଉପେନ୍ଦ୍ର କୁମାର ସାମନ୍ତରାୟ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଜନ୍ତୁଟିକୁ ଉଦ୍ଧାର କରି ନେଇ ଡେଲାଙ୍ଗ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ତାକୁ ଚିକିତ୍ସା କରି ବରୁଣେଇ ଜଙ୍ଗଲରେ ଛାଡିଥବିା ଜଣାପଡିଛି । ଏହା ଏକ ବିରାଟ ବଣ ଭୂଆଁ ଥିଲା ବୋଲି ବନାଞ୍ଚଳ ଅଧିକାରୀ ଶ୍ରୀ ଯାନୀ କହିଥିଲେ ।

jayashree
Leave A Reply

Your email address will not be published.