ତୁର୍କମେନିସ୍ତାନର ବିଚିତ୍ର ଶାସକଙ୍କ ଦ୍ୱାରା ନିର୍ମିତ ହେଲା କୁକୁରର ୫୦ ଫୁଟ୍‌ ଉଚ୍ଚତା ବିଶିଷ୍ଟ ସ୍ୱର୍ଣ୍ଣ ପ୍ରତିମା

ଅଶ୍‌ଗାବାତ : ପଶୁମାନଙ୍କ ପ୍ରତିମା ପ୍ରତି କେବଳ ଭାରତର ଲୋକଙ୍କ ନୁହେଁ ବରଂ ବିଦେଶରେ ମଧ୍ୟ ବିଶେଷ ଭାବରେ ରହିଛି । ତୁର୍କମେନ ଶାସକ ତାଙ୍କ ପ୍ରିୟ କୁକୁରର ୫୦ ଫୁଟର ସ୍ୱର୍ଣ୍ଣ ପ୍ରତିମା ତିଆରି କରିଛନ୍ତି । ଏହି ପ୍ରତିମା ରାଜଧାନୀ ଅଶଗାବତ୍‌ର ନୂତନ ଭାବେ ପ୍ରତିଷ୍ଠ।। ହୋଇଥିବା ଅଂଚଳ ମଧ୍ୟରେ ସ୍ଥାପିତ ହୋଇଛି । ୨୦୦୭ ମସିହାରୁ ଶାସନ କରୁଥିବା ଗୁରୁବାଙ୍ଗୁଲି ବର୍ଡେମୁଖମେଡେ଼ାଭ ବୁଧବାର ଦିନ ତୁର୍କମେନ ଆଲବି ପ୍ରଜାତିର ବିରାଟ କୁକୁରର ପ୍ରତିମାକୁ ଉନ୍ମୋଚନ କରିଛନ୍ତି । ତେବେ ତୁର୍କମେନିସ୍ତାନର ବିଚିତ୍ର ଶାସକଙ୍କ ଏହି କୁକୁର ପ୍ରେମ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply

Your email address will not be published.

13 − 4 =