csstore

ଖୁଟୁଲୁମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଉଲାନା ଅବଦୁଲ କଲାମ ଆଜାଦଙ୍କ ଜନ୍ମ ଜୟନ୍ତୀ

ତୁରେକେଲା,(କୈଳାଶ ସଗ୍ରିଆ) : ଗତ ୧୧ ତାରିଖ ଦିନ ପୂର୍ବାହ୍ନରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଖୁଟୁଲୁମୁଣ୍ଡାରେ ମଉଲାନା ଅବଦୁଲ କଲାମ ଆଜାଦଙ୍କ ଜନ୍ମ ଜୟନ୍ତୀ ପାଳନ ହୋଇଥିଲା । ଉକ୍ତ ଅବସରରେ ଅବସରପ୍ରାପ୍ତ ଶିକ୍ଷକ ଥମିର ଛତ୍ରୀଆ ଯୋଗଦାନ କରି ମଉଲାନା ଆଜାଦଙ୍କ ସମ୍ବନ୍ଧରେ ସମ୍ୟକ ଆଲୋକପାତ କରିବା ସହିତ ଚଟୁଅନକା, ମାଝିପଡ଼ା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିରଂଚି ନାରାୟଣ ଦାସ ତଥା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖୁଟୁଲୁମୁଣ୍ଡାର ପ୍ରଧାନଶିକ୍ଷକ ଭୀମସେନ ପଣ୍ଡା ମହୋଦୟ ମଧ୍ୟ ତାଙ୍କ ସମ୍ବନ୍ଧରେ ସମ୍ୟକ ବକ୍ତବ୍ୟ ପ୍ରଦାନ କରିଥିଲେ ।

jayashree
Leave A Reply

Your email address will not be published.