୨ କୋଟିରୁ ଅଧିକ ମୂଲ୍ୟର ଗଂଜେଇ ଜବତ କଲା ପୋଲିସ

କୋରାପୁଟ, (କେପିଏନ୍‌ଏସ୍‌) : ଦୁଇ କୋଟିରୁ ଅଧିକ ମୂଲ୍ୟର ଗଂଜେଇ ଜବତ କରିଛି କୋରାପୁଟ ଲମତାପୁଟ ଥାନା ପୋଲିସ । ସୂଚନା ଅନୁସାରେ ଏକ ୪୦୭ ଭ୍ୟାନ୍‌ରେ ହଜାରେ ୩୬ କେଜି ଗଂଜେଇ ଚୋରା ଚାଲାଣ ହେଉଥିବା ବେଳେ ରାତିରେ ପେଟ୍ରୋଲିଂ ସମୟରେ ପୋଲସି ହାତରେ ଧରାପଡ଼ିଛି । ପୋଲିସକୁ ଦେଖି ଚୋରା ଚାଲାଣକାରୀମାନେ ଫେରାର୍‌ ମାରିଥିବା ବେଳେ ଗାଡ଼ି ସହ ଏହି ବିପୁଳ ପରିମାଣର ଗଂଜେଇ ଜବତ୍‌ କରିବାରେ ସଫଳ ହୋଇଛି ପୋଲିସ ।

ସଂପୃକ୍ତ ଅଂଚଳରେ ପ୍ରତ୍ୟହ ଗଂଜେଇ ଚୋରା ଚାଲାଣ ଚାଲିଥିବା ସୂଚନାରେ କୁହାଯାଇଛି । ଏଥିପ୍ରତି ପୁଲିସ ବିଭାଗ ବିଶେଷ ସଚେତନତା ଅବଲମ୍ବନ କରୁଥିଲେ ମଧ୍ୟ ଚୋରା ଚାଲାଣ୍‌ ଥମୁ ନଥିବା ମଧ୍ୟ କୁହାଯାଇଛି ।

Leave A Reply

Your email address will not be published.

sixteen − thirteen =