jayashree

ପଥପ୍ରାନ୍ତ ନାଟକ ‘ସେବା ନମୋ ଗାଥା’ ପରିବେଷିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଢୋଲବନ୍ଧସ୍ଥିତ ସଚେତନ ହେମା ଅନୁଷ୍ଠାନ ପକ୍ଷରୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ବରଗଡ଼ ଜିଲ୍ଲା ପ୍ରଶାସନର ଆନୁକୂଲ୍ୟରେ ଆୟୋଜିତ ‘ସେବା ସଂକଳ୍ପ ଅଭିଯାନ – ୨୦୨୬’ ଅବସରରେ ପଥପ୍ରାନ୍ତ ନାଟକ ‘ସେବା ନମୋ ଗାଥା’ ବିଭିନ୍ନ ସ୍ଥାନରେ ପରିବେଷିତ ହୋଇଯାଇଛି । ପଚିଶ ବର୍ଷର ସେବା ଓ ଦେଶମାତୃକା ପ୍ରତି ସମର୍ପଣକୁ ଆଧାର କରି ପ୍ରସ୍ତୁତ ଏହି ନାଟକଟି ରାଜବୋଡ଼ାସମ୍ବର ବ୍ଲକର କୁରଲୁବାହାଲ, ଟାଲ, ବଞ୍ଝପାଲି, ରମେଡେଗା, ହାଲକାଦାଦର, ଦେର୍ବେକେଲା, ଧଉରାମୁଣ୍ଡା, ପଲସାପାଲି, କୁଡ଼ୋପାଲି, ଲୁହାଖେନ,ଗଈଲଗୁଡା ଗଡ଼ଭାଟି, ବାମନଡ଼ିହି, ଢୋଲବନ୍ଧ, ପୁରେନା, ଡ଼ଙ୍ଗାଘାଟ, ଗମ୍ଭାରୀଡ଼ିହି, ବୁଧାପାଲି, ଫଟାମୁଣ୍ଡା, ବୁଡେନ, ଦହିତା, ଅନ୍ତର୍ଲା ଆଦି ସ୍ଥାନରେ ମଞ୍ଚସ୍ଥ ହୋଇ ଦର୍ଶକଙ୍କ ମହଲରେ ବେଶ ପ୍ରଶଂସିତ ହୋଇଛି । ନାଟକ ମାଧ୍ୟମରେ ଦେଶପ୍ରେମ, ଜନସେବା, ସାମାଜିକ ଦାୟିତ୍ୱ ଓ ଲୋକକଲ୍ୟାଣର ବାର୍ତ୍ତା ସାଧାରଣ ଲୋକଙ୍କ ନିକଟରେ ସରଳ ଓ ମନୋରଞ୍ଜନଧର୍ମୀ ଶୈଳୀରେ ପହଞ୍ଚାଯାଇଥିଲା । ବିଭିନ୍ନ ସ୍ଥାନରେ ନାଟକ ପରିବେଷଣ ସମୟରେ ସ୍ଥାନୀୟ ଦର୍ଶକଙ୍କ ଉତ୍ସାହ ଓ ସ୍ୱତଃସ୍ଫୂର୍ତ୍ତ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ନାଟକରେ ରାଜେନ୍ଦ୍ର ମହାନ୍ତି, ମହେନ୍ଦ୍ର ସାହୁ, କାର୍ତ୍ତିକ ମହାନନ୍ଦ, ସନ୍ଧ୍ୟା ସୁନା, ମୁକେଶ ସାହୁ, ଅଭିଜିତ ସେଠ, ଗୁରୁଦେବ ସାହୁ, ସୁମନ୍ତ ବରିହା, ଜୟନ୍ତ ସାହୁ, ରାଜେଶ ସାହୁ, ଅକ୍ରୁର ସାହୁ ଓ ଆଲଫା ସାହୁ ବିଭିନ୍ନ ଚରିତ୍ରରେ ଅଭିନୟ କରିଥିଲେ । ନାଟକର ସଂଯୋଜନା କରିଥିଲେ ନାଟ୍ୟକାର ରାଜକୁମାର ସାହୁ ଓ କାର୍ଯ୍ୟକ୍ରମରେ ଘନଶ୍ୟାମ ଭୋଇ ସହଯୋଗ କରିଥିଲେ । ସଚେତନ ହେମାର ଏହି ପ୍ରୟାସ ମାଧ୍ୟମରେ ପଥପ୍ରାନ୍ତ ନାଟକକୁ ଜନସଚେତନତା ଓ ଦେଶ ପ୍ରେମର ଏକ ପ୍ରଭାବଶାଳୀ ମାଧ୍ୟମ ଭାବେ ବ୍ୟବହାର କରାଯାଇଥିବାରୁ ଏହା ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply

Your email address will not be published.