
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ସ୍ଥିତ ସାର୍ବଜନୀନ ଖେଳପଡ଼ିଆରେ ଅଞ୍ଚଳର ପ୍ରସିଦ୍ଧ ୪୦ତମ ଧନୁଯାତ୍ରା ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି । ସକାଳେ ମା’ ଦ୍ୱାରସେନୀ ମନ୍ଦିରରୁ ବିରାଟ ଶୋଭାଯାତ୍ରାରେ ବାହାରି ଧନୁଯାତ୍ରା ପଡିଆରେ ମଶାଲକୁ ସ୍ଥାପନ କରିଥିଲେ । ସନ୍ଧ୍ୟାରେ ମଞ୍ଚ ପୂଜା ସହ ମହାରାଜ ଉଗ୍ରେସନଙ୍କ ଦରବାର ଆରମ୍ଭ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାଚୀନ ପୌରାଣିକ କଥାବସ୍ତୁ ଆଧାରିତ ନାଟ୍ୟାଭିନୟ ପରିବେଷିତ ହୋଇଥିଲା । ବରିଷ୍ଠ କଳାକାର ମାନଙ୍କ ଦ୍ୱାରା ନିଖୁଣ ଅଭିନୟ ଦର୍ଶକଙ୍କୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା । ରବିବାର ସନ୍ଧ୍ୟାରେ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି । ଧନୁଯାତ୍ରା ପାଇଁ ବଙ୍ଗୋମୁଣ୍ଡା ପାଲଟିଛି ମଥୁରା ନଗରୀ । ମଥୁରା ନଗରବାସୀ ଧନୁଯାତ୍ରା ଉତ୍ସବକୁ ଉତ୍ସାହର ସହ ଚାହିଁରହିଥାନ୍ତି । ଚଳିତ ବର୍ଷ ହସ୍ତୀ ପିଠିରେ ବସି ଉଗ୍ରସେନ ମହାରାଜ ରଙ୍ଗମଞ୍ଚକୁ ପାତ୍ର, ମନ୍ତ୍ରୀ ସହ ପହଁଚିଥିଲେ । ପୌରାଣିକ ନାଟ୍ୟବସ୍ତୁ ଆଧାରିତ ଧନୁଯାତ୍ରା ମହୋତ୍ସବ ଉଦ୍ଘାଟିତ ହୋଇଥିଲା । ରାଜଦରବାରକୁ ରାଜକୀୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଲକ୍ଷ୍ମଣ ବାଗ, କାର୍ଯ୍ୟକାରୀ ସଭାପତି ସୁଶୀଲ ଜୈନ, ଉପ ସଭାପତି ଡଃ. ନାରାୟଣ ମିଶ୍ର, ଶରତ ଚନ୍ଦ୍ର ସିଂ ଭୋଇ, ଅମିତ କୁମାର ଥନାପତି, ସମ୍ପାଦକ କହ୍ନେୟାଲାଲ ଅଗ୍ରୱାଲ, ଉପଦେଷ୍ଟା କିଶୋର ମେହେର ଯୋଗଦେଇ ଧନୁଯାତ୍ରା କେବଳ ଏକ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଭଗବାନ ଶ୍ରୀକୃଷ୍ଣଙ୍କ ଦିବ୍ୟ ଲୀଳା, ଅଧର୍ମ ଉପରେ ଧର୍ମର ବିଜୟ ଏବଂ ଅନ୍ୟାୟ ବିରୋଧରେ ନ୍ୟାୟର ସଂଗ୍ରାମର ଏକ ଜୀବନ୍ତ ଚିତ୍ର ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଦେବକୀ ଓ ବସୁଦେବ ବିବାହ, ଶୂନ୍ୟବାଣୀ, ମହାରାଜ ଉଗ୍ରସେନଙ୍କ ଗାଦିଚ୍ୟୁତ, ଦେବକୀ ବସୁଦେବ କାରାଗାରରେ ବନ୍ଦୀ, କଂସଙ୍କ ରାଜ୍ୟାଭିଷେକ, ଦେବକୀଙ୍କ ଷଡ଼ପୁତ୍ର ନିଧନ ଆଦି ନାଟ୍ୟାଭିନୟ ପରିବେଷିତ ହୋଇଥିଲା । କଳାକାରଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ବିମୋହିତ କରିଥିଲା । ଏହି ମହୋତ୍ସବକୁ ସଫଳ କରିବା ପାଇଁ ଆୟୋଜକ ଧନୁଯାତ୍ରା ମହୋତ୍ସବ କମିଟିର ଅଧ୍ୟକ୍ଷ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ସଭାପତି ତୁଲସୀରାମ ହଂସ, କାର୍ଯ୍ୟକାରୀ ସଭାପତି ସୁଶୀଲ ଜୈନ, ଉପ ସଭାପତି ଡଃ. ନାରାୟଣ ମିଶ୍ର, ଶରତଚନ୍ଦ୍ର ସିଂ ଭୋଇ, ଅମିତ କୁମାର ଥନାପତି, ସମ୍ପାଦକ କହ୍ନେୟା ଲାଲ ଅଗ୍ରୱାଲ, ଯୁଗ୍ମ ସମ୍ପାଦକ ଯୀଶୁ ରଞ୍ଜନ ହଂସ, କୋଷାଧ୍ୟକ୍ଷ ମୁକେଶ ଜୈନ, ଉପ କୋଷାଧ୍ୟକ୍ଷ ସୁଧାଂଶୁ ଶେଖର ପୁଟେଲ, ଦେବେନ୍ଦ୍ର ହଂସ, ସାଂସ୍କୃତିକ ସମ୍ପାଦକ ତ୍ରିନାଥ ବାରିକ, ସନାତନ ସା, ପିଆରଓ ଉଗ୍ରେସନ ସା, ଗଣ ଥନାପତିଙ୍କ ସହ ଆୟୋଜକ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ । କଳାକାର ସ୍ଥାନୀୟ ଜନସାଧାରଣ ଓ ଅଞ୍ଚଳବାସୀଙ୍କ ସହଯୋଗ ଓ ଉତ୍ସାହ ପରିଲକ୍ଷିତ ହୋଇଛି । ଦୀର୍ଘ ୪୦ ବର୍ଷର ଏହି ସାଂସ୍କୃତିକ ପରମ୍ପରା ଆଗାମୀ ପିଢ଼ି ପାଇଁ କଳା, ସଂସ୍କୃତି ଓ ଭାଇଚାରାର ଏକ ପ୍ରେରଣାଦାୟୀ ଉଦାହରଣ ହୋଇ ରହିବ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି । ମହୋତ୍ସବ ଅବସରରେ ମୀନାବଜାର, ଆକାଶ ଦୋଳି, ଜଳପରୀ ସହ ବିଭିନ୍ନ ମନୋରଞ୍ଜନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଦର୍ଶକଙ୍କ ପାଇଁ ଆକର୍ଷଣ ସାଜିଛି ।